ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ୍‌

ବରଗଡ଼: ବରଗଡ଼ ବିଜେପୁରରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । କେବଳ ନିର୍ବାଚନ ଆସିଲେ ବିରୋଧୀ ଦଳର ଚାଷୀଙ୍କ କଥା ମନେପଡେ । କୁଆଡେ ଗଲା ଏମଏସପି ଦୁଇଗୁଣା କରିବାର ପ୍ରତିଶୃତି ? କୁଆଡେ ଗଲା ବରପାଲି ଷ୍ଟେସନକୁ ରେଲୱେ ଜଙ୍କସନ କରିବାର ପ୍ରତିଶୃତି ? କୁଆଡେ ଗଲା କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ଘୋଷଣା ? ବିରୋଧୀଙ୍କୁ ଏପରି ଭାବେ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ବିଜେପୁରରେ ବରଗଡ ବିଜେଡି ପ୍ରାର୍ଥୀ ପରିଣିତା ମିଶ୍ର ଓ ବିଜେପୁର ବିଧାୟକ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଉଭୟ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।

ନିର୍ବାଚନ ଆସିଲେ କେବଳ ପ୍ରତିଶ୍ରୁତି ଦିଅନ୍ତି ବିରୋଧୀ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ସବୁ ନିର୍ବାଚନମଣ୍ଡଳିରୁ ଦାବି ହେଉଛି । କାରଣ ମୁଖ୍ୟମନ୍ତ୍ରୀ ଯେଉଁଠୁ ପ୍ରାର୍ଥୀ ହେବେ ସେହି ନିର୍ବାଚନମଣ୍ଡଳିର ଚିତ୍ର ବଦଳିଯିବ । ବିଜେପୁର ତାର ଏକ ଜ୍ୱଳନ୍ତ ଉଦାହାରଣ । ବରଗଡ଼ ଜିଲ୍ଲାର ଜଳସେଚନ ସମସ୍ୟା ଦୂର କରିବାକୁ ୩୦ ମିଟର ତଳୁ ପାଣି ଉଠାଇ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୮୦ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହେଉଛି । ତିନି ବର୍ଷରେ ଏହି କାମ ଶେଷ ହୋଇଛି । ରୂପାନ୍ତରଣ କଣ ବିରୋଧୀ ଆସି ଏହି ପ୍ରକଳ୍ପକୁ ଦେଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଗତ ଉପନିର୍ବାଚନ ଓ ୨୦୧୯ରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଆସି ଏମଏସପି ଦୁଇଗୁଣା ହେବ ବୋଲି କହିଥିଲେ । କିନ୍ତୁ ଏଯାଏଁ କଲେ ନାହିଁ । ଏବେ ପୁଣି ନିର୍ବାଚନ ଆସିଛି, ସେ ଆସିବେ ଆଉ ବଡ ବଡ ପ୍ରତିଶୃତି ଦେଇ ଚାଲିଯିବେ । ବରପାଲୀ ରେଳଷ୍ଟେସନକୁ ରେଲୱେ ଜଙ୍କସନ କରିବାକୁ ପ୍ରତିଶୃତି ଦେଇଥିଲେ । ଏଯାଏଁ ପ୍ରତିଶୃତି ପାଳନ କଲେ ନାହିଁ । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ କହିଥିଲେ । କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ପାଉଥିବା ଜିଏସଟି ଭାଗକୁ ଫେରାଇ ଦେଇଛନ୍ତି ବୋଲି ସେ କହିଛନ୍ତି । ଏହା ହେଉଛି ବରଗଡବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା । ଫସଲ ବୀମା ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ବିରୋଧୀ ଦଳର ନେତାମାନେ ।

5T Secretary VK PandianPandian targeted the oppositionvk Pandian's campaign
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami