ମାଟ୍ରିକ ପରୀକ୍ଷାରେ କପି ରୋକିବ ଏଆଇ କ୍ୟାମେରା

Above Post Content

ଭୁବନେଶ୍ୱର: ଆଉ ଦିନକ ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥର ପରୀକ୍ଷାରେ କପି ରୋକିବ ଏଆଇ କ୍ୟାମେରା । ସମ୍ବେଦନଶୀଳ ପରୀକ୍ଷାକେନ୍ଦ୍ର ଗୁଡିକରେ ଏଆଇ କ୍ୟାମେରା ଲଗାଯାଇଛି । ଆଉ ଏହାର କଂଟ୍ରୋଲ ରୁମ କଟକ ବୋର୍ଡ ଅଫିସରେ ରହିବ । ଏହି କଂଟ୍ରୋଲ ରୁମ କାର୍ଯ୍ୟାରମ୍ଭ କରିଛି ।

ବୋର୍ଡରେ ଖୋଲିଲା କଂଟ୍ରୋଲ ରୁମ

After 2nd paragraph post ads
Middle post content

ଏ ବର୍ଷ ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବା ପାଇଁ ବୋର୍ଡ ପକ୍ଷରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ବିଶେଷକରି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡିକରେ ଲାଗିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା । ଏହାର ନିୟନ୍ତ୍ରଣ କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଅଛି । ଶନିବାର ଦିନ ଏହାର ଡ୍ରାଏରନ କରାଯାଇଛି । ବୋର୍ଡ କର୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୦ ଜଣ ପର୍ଯ୍ୟବେକ୍ଷକ ଏହି କମାଣ୍ଡ କଂଟ୍ରୋଲ ରୁମ ଦାୟିତ୍ୱରେ ଅଛନ୍ତି । ଏହି କଂଟ୍ରୋଲ ରୁମ ଶନିବାରଠାରୁ କାର୍ଯ୍ୟାରମ୍ଭ କରିଛି । ଚଳିତବର୍ଷ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରଛି ବୋର୍ଡ ।

ପରୀକ୍ଷା କେନ୍ଦ୍ରକୁ ଶିକ୍ଷକ ନେଇ ପାରିବେନି ମୋବାଇଲ

ଚଳିତବର୍ଷ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଧରି ଯାଇପାରିବେ ନାହିଁ । ତେବେ ପରୀକ୍ଷା ସମୟରେ ସକାଳ ୭ଟା ୩୦ରେ ପରୀକ୍ଷା କେନ୍ଦ୍ରର ଗେଟ୍ ଖୋଲାଯାଇ ଛାତ୍ରଛାତ୍ରୀଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ରକୁ ଛଡାଯିବ । ସକାଳ ୮ଟା ୩୦ ସମୟରେ ପରୀକ୍ଷାର୍ଥୀଙ୍କୁ ଓଏମଆର ସିଟ୍ ଦିଆଯିବ । ୩୦୪୭ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । ୬ଠ୦ଟି ସମ୍ବେଦନଶୀଳ ଓ ଅଧିକ ସମ୍ବେଦନଶୀଳ କେନ୍ଦ୍ରରେ ଏଆଇ କ୍ୟାମେରା ଲଗାଯାଇଛି । ପ୍ରତ୍ୟେକ ପରୀକ୍ଷାର୍ଥୀ ଓ ସ୍କୁଲ କର୍ମଚାରୀଙ୍କ ଗତିବିଧିକୁ ନଜିର ରଖିବ ସିସିଟିଭି କପି ରୋକିବାକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ପ୍ରଶ୍ନପତ୍ର ରଖିବାକୁ ୩୧୩ ନୋଡାଲ ସେଂଟର

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami