ଲୁହା ରେଲିଂରେ ପଶିଗଲା ହଂସର ବେକ

Above Post Content

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ବି ଆମେ ବିଶ୍ୱାସ କରିପାରୁନା । ଏବେ ଠିକ୍ ସେମିତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ପାଟିରୁ ଆହା ବୋଲି ଶବ୍ଦ ବାହାରିଯିବ । ଯେଉଁଥିରେ ଏକ ହଂସର ବେକ ଲୁହା ରେଲିଂରେ ଫସିରହିଛି । ଜଣେ ବ୍ୟକ୍ତି ତାକୁ ବାହାର କରୁଛନ୍ତି ।

ଦେବଦୂତ ସାଜିଲେ ଜଣେ ବ୍ୟକ୍ତି

After 2nd paragraph post ads
Middle post content

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଗୋଟେ ହଂସର ବେକ ଦୀର୍ଘ ସମୟ ଧରି ଲୁହା ରେଲିଂରେ ଫସି ରହିଥିଲା । ବିକଳରେ ହଂସଟି ଛଟପଟ ହେଉଥିଲା । ବହୁ ସମୟ ଧରି ସେମିତି ଲୁହା ରେଲିଂରେ ଅଟକି ରହିଥିଲା । କିଛି ଲୋକ ତାକୁ ଦେଖୁଥିଲେ ମଧ୍ୟ ସାହାଯ୍ୟ କରିବାକୁ ସାହସ କରୁ ନ ଥିଲେ । କାରଣ କାଳେ ହଂସଟି କାମୁଡ଼ି ଦେବ । ଆଉ କିଛି ଲୋକ ସେଠାରେ ଛିଡ଼ା ହୋଇ ଭିଡ଼ିଓ କରିବା ସହ ହଂସଟିର ଫଟୋ ଉଠାଇବାକୁ ଲାଗିଲେ । କିନ୍ତୁ ଜଣେ ବ୍ୟକ୍ତି ଭୟ ନ କରି ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ । ଯିଏ ଜଣେ ଦେବଦୂତଠାରୁ କମ୍ ନୁହନ୍ତି । ସେ ସଙ୍ଗେ ସଙ୍ଗେ ହଂସର ବେକକୁ ଲୁହା ରେଲିଂରୁ କାଢ଼ି ଦେଲେ । କିଛି ସମୟ ଧରି ହଂସଟି ତଳେ ପଡ଼ିରହିଲା ପରେ ସେଠାରୁ ଚାଲି ଯାଇଥିଲା । ଏହି ଭିଡିଓଟିକୁ ୨ କୋଟିରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି । ଜଣେ ୟୁଜର କହିଛନ୍ତି, ଏହି ହଂସ ଠିକ ଅଛି ତ? ଆଉ ଜଣେ କହିଛନ୍ତି, ଫାଶରେ ପଡ଼ି ପକ୍ଷୀଟି ନିଜର ସମସ୍ତ ଶକ୍ତି ହରାଇଦେଇଛି । ସେହିପରି ଆଉ ଜଣେ କହିଛନ୍ତି, ଏହି ହଂସଟି ସେଠାରେ କିପରି ଅଟକି ଗଲା? ଅନ୍ୟ ଜଣେ କହିଛନ୍ତି, ତା’ର ବେକ ଲମ୍ବା ଥିବାରୁ ଏଥିରେ ଫସିଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami