ବିଶ୍ୱ ରେକର୍ଡ କଲା ୪ ମାସର ଶିଶୁ, ପ୍ରତିଭା ଦେଖିଲେ ହେବେ ଚକିତ

Above Post Content

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ନାଦିଗାମା ସହରରେ ଏକ ୪ ମାସର ଶିଶୁ ଖୁବ୍ ଚର୍ଚ୍ଚାରେ । କାରଣ ଏବେ ସେ ବିଶ୍ୱ ରେକର୍ଡ଼ କରିଛି । ଆଉ ତାର ଟ୍ୟାଲେଣ୍ଟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଶିଶୁଟିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଦେଖିବା ପରେ ଶିଶୁଟିର ଟ୍ୟାଲେଣ୍ଟକୁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି । ଆଉ ଶିଶୁଟି ବଡ଼ ହୋଇ ଆହୁରି ରେକର୍ଡ଼ ସୃଷ୍ଟି କରୁ ବୋଲି ଆର୍ଶିବାଦ ବି ଦେଉଛନ୍ତି ।

Middle post content

ଚିହ୍ନି ପାରୁଛି ୧୨୦ଟି ବସ୍ତୁ

After 2nd paragraph post ads

କୈବଲ୍ୟା ନାମ୍ନୀ ଏହି ଶିଶୁଟି ପକ୍ଷୀ, ପରିବା, ଜୀବଜନ୍ତୁ, ଏପରିକି ଫଟୋ ଆଦି ଭିନ୍ନ ଭିନ୍ନ ୧୨୦ ବସ୍ତୁ ଚିହ୍ନଟ କରିପାରୁଛି । କୈବଲ୍ୟାଙ୍କ ମା’ ହେମା ତା’ର ଏହି ସ୍ୱତନ୍ତ୍ର ପ୍ରତିଭା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହେବା ସହ ତାକୁ ଲୋକଲୋଚନକୁ ଆଣିବାକୁ ନିଷ୍ପତ୍ତି ନେଲେ । ହେମାଙ୍କ ପରିବାର କୈବଲ୍ୟାର ଏହି ଅନନ୍ୟ ପ୍ରତିଭା ପ୍ରଦର୍ଶନ କରୁଥିବା ଏକ ଭିଡିଓ ରେକର୍ଡ କଲେ । ତାକୁ ନୋବଲ୍ ୱର୍ଲଡ୍ ରେକର୍ଡସ୍‌କୁ ପଠାଇଲେ । ନୋବଲ୍ ୱର୍ଲଡ୍ ରେକର୍ଡସ୍‌ର ଟିମ୍ ୪ ମାସର ଶିଶୁ କୈବଲ୍ୟାର ଅନନ୍ୟ ପ୍ରତିଭା ଦେଖି ଚକିତ ହୋଇଗଲେ । ଭିଡିଓକୁ ଅତି ଭଲଭାବେ ଦେଖିବା ପରେ ଏବଂ କୈବଲ୍ୟାର ପ୍ରତିଭା ପରୀକ୍ଷା କରିବା ପରେ ଶିଶୁଟି ସ୍ୱତନ୍ତ୍ର ପ୍ରମାଣପତ୍ରର ଅଧିକାରିଣୀ ବୋଲି ସେମାନେ ନିଷ୍କର୍ଷରେ ପହଞ୍ଚିଲେ । କୈବଲ୍ୟାର ମା’ବାପା ସେମାନଙ୍କର ଖୁସି ଜାହିର କରିଛନ୍ତି ଏବଂ ଝିଅ ପ୍ରତି ସମର୍ଥନ ଲାଗି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । କୈବଲ୍ୟାର କାହାଣୀ ଅନ୍ୟ ଅଭିଭାବକଙ୍କୁ ପ୍ରେରିତ କରିବ । ସେମାନେ ମଧ୍ୟ ନିଜ ସନ୍ତାନର ଅନନ୍ୟ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିବେ ବୋଲି କୈବଲ୍ୟାର ବାପା ମାଆ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami