ଫୁଲରେ ନୁହେଁ, ଚିପ୍‌ସ ପ୍ୟାକେଟ୍‌ରେ ସଜେଇ ହେଉଛି ବର କାର

Above Post Content

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ ଗୁରୁତ୍ୱ ଦିଆଯାଉଛି । କିଏ ଖେଳ ପଡ଼ିଆ ବା ପାହାଡ଼,ପାର୍କରେ ଫଟୋ ସୁଟ୍ କରୁଥିବାବେଳେ ଆଉ କିଏ ଅଟୋରିକ୍ସାରେ ବି ଫଟୋ ସୁଟ୍ ବି କରୁଛନ୍ତି । ସେହିପରି ଆଉ କିଛି ଲୋକ ନିଆରା ଢଙ୍ଗରେ କନିଆ ଘରକୁ ଆସିବାକୁ ଚାହାନ୍ତି । କେହି କେହି ଘୋଡ଼ା ଉପରେ ବସି ଆସୁଥିବା ବେଳେ ଆଉ କିଏ କାର,ଜେସିବି ଆଦିରେ କନିଆ ଘରକୁ ଆସିଥାନ୍ତି । ଏଥିସହିତ ଏହିସବୁ ଗାଡ଼ିକୁ ଭିନ୍ନ ଭିନ୍ନ ଫୁଲରେ ଆଖି ଝଲସିଲା ପରି ସଜ୍ଜେଇଥାନ୍ତି । ଫୁଲ ବଦଳରେ ଏବେ ଟ୍ରେଣ୍ଡ ପାଲଟିଛି ବିଭିନ୍ନ ଚିପ୍‌ସ ପ୍ୟାକେଟ୍ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ଗାଡ଼ିକୁ ଦେଖି ଲୋକେ ଚକିତ

After 2nd paragraph post ads

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବରଙ୍କ କାର ଦେଖିବାକୁ ମିଳୁଛି, ଯାହାକୁ ଲେଜ୍‌-କୁରକୁରେରେ ସଜା ଯାଇଛି । ବରର ଏପରି ନିଆରା ଢଙ୍ଗରେ ଗାଡ଼ି ସାଜ୍ଜସଜ୍ଜା ଖୁବ୍ ସୁନ୍ଦର ଦେଖାଯାଉଛି । ଏହା ଦେଖି ଅନେକ ଲୋକ ଚକିତ ହେବା ସହ ହସ ରୋକି ପାରୁନାନାହାନ୍ତି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଅନେକ ତାଙ୍କ ଚିନ୍ତାକୁ ସଲାମ୍ ବୋଲି କହୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami