ଅଫିସ ପରେ କଲ୍ ଉଠାଇବା ଜରୁରୀ ନୁହେଁ, ସରକାର ଆଣିବେ ନୂଆ ବିଲ୍‌

Above Post Content

ଅଷ୍ଟ୍ରେଲିଆ : ଏଣିକି ଅଫିସ ସରିବା ପରେ କଲ୍ କଲେ ହେବ କାର୍ଯ୍ୟାନୁଷ୍ଠାନ । ଅଫିସ ପରେ ଫୋନ୍ କଲ ଉଠାଇବା ଜରୁରୀ ନୁହେଁ । ଏନେଇ ସରକାର ଆଣିବେ ନୂଆ ବିଲ୍ । ସାଧାରଣତଃ ଅଧିକାଂଶ ଲୋକ କିଛି ଜରୁରୀ କାମ କରୁଥିଲେ ଅଫିସର ଫୋନ କଲ ଓ ଇମେଲକୁ ନଜରଅନ୍ଦାଜ କରନ୍ତି । କିନ୍ତୁ କାମ ସରିବା ପରେ ପୁଣି ଥରେ ସେମାନଙ୍କୁ କଲବ୍ୟାକ୍ କରିଥାନ୍ତି । କିନ୍ତୁ ସରକାର ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି ଯେଉଁଥିରେ ଆପଣ ଅଫିସ ବାଦ୍ ବି ଇଛା ନ ଥିଲେ ଫୋନ କାଟି କରିପାରିବେ । ଆଉ ଯଦି କେହି ଅଫିସ ସମୟ ପରେ ଆପଣଙ୍କୁ କଲ୍ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଇଟ ଟୁ ଟିସକନେକ୍ଟ ଅଧିନରେ ଏହା ଆପଣଙ୍କ ଅଧିକାର ରହିବ ।

Middle post content

ଫ୍ରାନ୍ସ, ସ୍ପେନ ଓ ବେଲଜିୟମରେ ଲାଗୁ ହୋଇସାରିଛି ଏହି ନିୟମ

After 2nd paragraph post ads

ଆମେରିକାର ବାମ ଲେବର ସରକାର ଦେଶରେ ଏହି ବିଧେୟକ ପାସ୍ କରିବା ପାଇଁ ଆଲୋଚନା କରୁଛନ୍ତି । ଅଷ୍ଟ୍ରେଲୀୟ ଇଣ୍ଡିପେଣ୍ଡେଣ୍ଟ ସିନେଟରମାନେ, ଗ୍ରୀନ୍ସ ପାର୍ଟିର ସଦସ୍ୟଙ୍କ ସହ ଆଲୋଚନା ପରେ ଚଳିତ ସପ୍ତାହରେ ଏହି ବିଧେୟକ ପାରିତ କରିବାର ଆଲୋଚନା କରୁଛନ୍ତିି । ବିନା କାରଣ ନ ଥାଇ ମଧ୍ୟ ଘଣ୍ଟା ଘଣ୍ଟା ଧରି କଲ୍ ଡିକ୍ଲାଇନ କରିବା ସହ ଇମେଲର ବି ରିପ୍ଲାଏ ଦେବାକୁ ବାଧ୍ୟତା ନୁହେଁ ବୋଲି ଏହି ବିଲ୍‌ରେ ଉଲ୍ଲେଖ ରହିଛି । ଯଦି ଆପଣଙ୍କୁ କେହି ବାରମ୍ବାର କଲ୍ କରନ୍ତି ତେବେ ସେମାନେ ଦୋଷୀ ସାବ୍ୟସ୍ତ ହେବେ । ସୂଚନାଥାଉ କି, କେବଳ ଅଷ୍ଟ୍ରେଲିଆ ନୁହେଁ ଫ୍ରାନ୍ସ, ସ୍ପେନ ଓ ବେଲଜିୟମ ପରି ଦେଶ ନିଜ କର୍ମଚାରୀଙ୍କୁ ରାଇଟ ଟୁ ଡିସକନେକ୍ଟର ଅଧିକାର ଦେଇଛନ୍ତି । ଏହାଦ୍ୱାରା ସେମାନେ ନିଜ କାମ ପରେ ଫୋନ ନ ଉଠାଇବାର ଅଧିକାର ରହିଛି । ଅନ୍ୟପକ୍ଷରେ ଦୁନିଆର ଅନ୍ୟ ଦେଶ ଏହି ନିୟମ ଉପରେ ବିଚାର କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami