ରାମଲଲାଙ୍କ ଠାରେ ହେଉଛି ୫୬ ଭୋଗ

Above Post Content

ଅଯୋଧ୍ୟା: ଗତ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିପାଇଁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ଏହା ମଧ୍ୟରେ ପ୍ରଭୁଙ୍କର ଭୋଗକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ପ୍ରଭୁଙ୍କର ଯତ୍ନ ସହ ଭୋଗ ମଧ୍ୟ ବୟସ ଓ ରୁଚି ଅନୁଯାୟୀ ହିଁ ଅର୍ପଣ କରାଯାଉଛି । ପ୍ରଭୁ ରାମଲଲାଙ୍କ ଭୋଗରେ ମାଲପୁଆ, କ୍ଷୀରି, ରସମଲେଇ ଭଳି ମିଠା ଅର୍ପଣ କରାଯାଉଛି । ସେହିଭଳି ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ପ୍ରଭୁ ରାମଲଲାଙ୍କୁ ଅଦାର ହାଲୱା ବି ଭୋଗ ଲାଗି କରାଯାଉଛି ।

Middle post content

କନ୍ଦମୂଳ,ବରକୋଳି ହେବ ଭୋଗ

After 2nd paragraph post ads

ରାମଲଲାଙ୍କୁ ସକାଳେ,ଖରାବେଳେ ଓ ରାତିରେ ମୁଖ୍ୟ ଭୋଗ ବ୍ୟତୀତ ପ୍ରତ୍ୟେକ ଘଣ୍ଟାରେ ଫଳ ଓ କ୍ଷୀର ଭୋଗ ଅର୍ପଣ କରାଯାଇଥାଏ । ସ୍ୱତନ୍ତ୍ର ପୂଜାପର୍ବ ଓ କିଛି ବିଶେଷ ସମୟରେ ପ୍ରଭୁଙ୍କ ନିକଟରେ ୫୬ ଭୋଗ ଅର୍ପଣ କରାଯାଏ । ଏଥିରେ ବର୍ତ୍ତମାନ ଏକ ପରିବର୍ତ୍ତନ କରାଯିବା ନେଇ ସୂଚନା ମିଳିଛି । ପ୍ରଭୁ ରାମଲାଲାଙ୍କ ୫୬ ଭୋଗ ମଧ୍ୟରେ ଏବେ କନ୍ଦମୂଳ ଓ ବରକୋଳି ମଧ୍ୟ ସାମିଲ କରାଯିବ । ପ୍ରଭୁ ରାମ ୧୪ ବର୍ଷ ବନବାସ ସମୟରେ ବିଭିନ୍ନ ଜଙ୍ଗଲ ଫଳ,ବରକୋଳି ଆଦି ଖୁବ ଖୁସିରେ ସେବନ କରିଥିଲେ । ଭାବରେ ବନ୍ଧା ଠାକୁର ଶବରୀ ହାତରୁ ଅଇଁଠା ବରକୋଳି ଖାଇବା କଥା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ପ୍ରଭୁଙ୍କ ଭୋଗରେ ଏବେ ଏସବୁ ଅର୍ପଣ କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami