ଡାର୍କ ୱେବ୍ ମାଧ୍ୟମରେ ଚୋରି ହୋଇଛି ଆଧାର ତଥ୍ୟ

Above Post Content

ଦେଶ ପ୍ରଯ୍ୟୁକ୍ତି ବିଦ୍ୟାକୁ ନେଇ ଯେତେ ଆଗଉଛି ତା ଠାରୁ ଆଗରେ ରହୁଛନ୍ତି ସାଇବର ଠକମାନେ । କେବେ ଓଟିପି ମାଧ୍ୟମରେ କାହା ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ତ କେବେ ବିଭିନ୍ନ ସଂସ୍ଥାର ୱେବସାଇଟ ହ୍ୟାକ୍ କରି କୋଟି କୋଟି ଲୋକଙ୍କର ତଥ୍ୟ ଚୋରି କରିନେଉଛନ୍ତି । ଏସବୁ ଭିତରେ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ଏକ ବଡ ଧରଣର ଆଧାର ତଥ୍ୟ ଚୋରି ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଆକଳନ କରାଯାଉଛି କି, ଏବେ ଲକ୍ଷ ଲକ୍ଷ ଭାରତୀୟଙ୍କ ଆଧାର ତଥ୍ୟ ବିପଦରେ ପଡିଛି । ଆମେରିକାର ସାଇବର ସୁରକ୍ଷା ସଂସ୍ଥା ରିସିକ୍ୟୁରିଟି ପକ୍ଷରୁ କିଛି ତଥ୍ୟ ପ୍ରକାଶ ପାଇବା ପରେ ଏହାକୁ ନେଇ ଭାରତରେ ଆଲୋଚନା ଜୋର ଧରିଛି ।

Middle post content

ଲକ୍ଷ ଲକ୍ଷ ଭାରତୀୟଙ୍କ ଆଧାର ତଥ୍ୟ ଚୋରି

After 2nd paragraph post ads

ରିସିକ୍ୟୁରିଟିର ତଥ୍ୟ ମୁତାବକ ଡାର୍କ ୱେବରେ ଏବେ ଲକ୍ଷ ଲକ୍ଷ ଭାରତୀୟଙ୍କ ଆଧାର ତଥ୍ୟ ବିକ୍ରି ପାଇଁ ଉପଲବ୍ଧ ରହିଛି । ହ୍ୟାକରମାନେ କିଛି ଭାରତୀୟଙ୍କର ଆଧାର, ପାସପୋର୍ଟ ତଥ୍ୟ ସହିତ ନାମ, ଫୋନ ନମ୍ବର ଏବଂ ଠିକଣା ଆଦି ବିକ୍ରି କରିବାକୁ ଅନଲାଇନରେ ଉପଲବ୍ଧ କରାଇଛନ୍ତି । ସେପଟେ ରିସିକ୍ୟୁରିଟିର ଏଭଳି ସୂଚନା ପରେ ଆଶଂକା କରାଯାଇଛି ଯେ, ଆଇସିଏମଆର ଡାଟାବେସ୍ ହୁଏତ ଚୋରୀ ହୋଇଥାଇପାରେ । ୮୧.୫ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କୱେବରେ ବିକ୍ରି ପାଇଁ ଉପଲବ୍ଧ ରହିଥିଲା । ତେବେ ଏହି ଖବର ଆସିବା ପରେ କମ୍ପାନୀଗୁଡିକ ଦୃଢ ସୁରକ୍ଷା ରଣନୀତି ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ନେତ୍ରିକା କନସଲଟିଂର ପରିଚାଳନା ନିଦ୍ଦେଶକ ସଂଜୟ କୌଶିକ ପ୍ରକାଶ କରିଛନ୍ତି । ରିସିକ୍ୟୁରିଟିର ୱେବସାଇଟରେ ଯେଉଁ ସୂଚନା ରହିଛି, ତାହା ମୁତାବକ ଜଣେ ବ୍ୟକ୍ତି ଡାଟା ବେସ୍ ଫୋରମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ୮୧.୫ କୋଟି ଭାରତୀୟଙ୍କ ତଥ୍ୟର ଆକ୍ସେସ ଦେବା ପାଇଁ ସେ କହିଛନ୍ତି । ଏହି ତଥ୍ୟ ଗୁଡିକ ମଧ୍ୟରେ ଭାରତୀୟ ନାଗରିକଙ୍କ ଆଧାର ଓ ପାସପୋର୍ଟ ତଥ୍ୟ ରହିଥିବା କୁହାଯାଇଛି । ଏନେଇ ଡାର୍କୱେବ୍ ସହ ରିସିକ୍ୟୁରିଟି ସଂପର୍କ କରିଥିଲା । ଏଥିରେ ହ୍ୟାକର କହିଛନ୍ତି କି ୮୦ ହଜାର ଆମେରିକୀୟ ଡଲାରରେ ସମସ୍ତ ତଥ୍ୟ ବିକ୍ରି କରିଦେବାକୁ ସେ ଆଗ୍ରହୀ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami