ସିଲିଣ୍ଡର ପିଛା ୧୦୦ରୁ ଅଧିକ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ

Above Post Content

ନୂଆଦିଲ୍ଲୀ: ଦିପାବଳି ପୂର୍ବରୁ ଗ୍ୟାସ୍ ଉପଭୋକ୍ତାଙ୍କୁ ଲାଗିଛି ଝଟକା । ଆଜିଠାରୁ ମହଙ୍ଗା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କିଲୋ ବିଶିଷ୍ଟ ‘କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୧୦୧.୫୦ ପଇସା ବୃଦ୍ଧି ପାଇଛି । ନୂଆ ଦର ଅନୁସାରେ ସମ୍ପ୍ରତି ଜାତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୮୩୩ ଟଙ୍କାରେ ପହଞ୍ଚିଛି । ଗତ ମାସରେ ଦିଲ୍ଲୀରେ ପୂର୍ବରୁ ଏହାର ମୂଲ୍ୟ ଥିଲା ୧,୭୩୧ ଟଙ୍କା । ସେହିପରି ମୁମ୍ବାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦାମ ପୂର୍ବରୁ ୧୬୮୪ ଟଙ୍କା ଥିବା ବେଳେ ଏବେ ତାହା ୧,୭୮.୫୦ ଟଙ୍କାରେ ପହଞ୍ଚିଛି । କୋଲ୍‌କାତାରେ ୧,୯୪୩ ଟଙ୍କା, ଚେନ୍ନାଇରେ ୧,୯୯୯.୫୦ରେ ବିକ୍ରୟ କରାଯିବ ।

Middle post content

ଅପରିବର୍ତ୍ତିତ ରହିଛି ଘରୋଇ ଗ୍ୟାସ

After 2nd paragraph post ads

ଅକ୍ଟୋବର ମାସରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ମୁମ୍ବାଇରେ ୧,୬୮୪, କୋଲ୍‌କାତାରେ ୧,୮୩୯.୫୦ ଓ ଚେନ୍ନାଇରେ ୧,୮୯୮ ଥିଲା । କିନ୍ତୁ ଘରେ ରନ୍ଧନ ଲାଗି ବ୍ୟବହୃତ ୧୪.୨ କିଲୋବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି । ସମ୍ପ୍ରତି ଏହି କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୯୦୩ ଟଙ୍କାରେ ବିକ୍ରିୟ ହେଉଛି । ସୂଚନାଯୋଗ୍ୟ, ଅକ୍ଟୋବର ମାସ ପହିଲାରେ ବି ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହୃତ ୧୯ କିଲୋ ଓଜନବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି ପାଇଥିଲା । କିନ୍ତୁ, ଗତ ସେପ୍ଟେମ୍ବର ମାସରେ ତୈଳ କମ୍ପାନି ସବୁ ଏହି କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୫୭ ଟଙ୍କା ହ୍ରାସ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami