ବିଶ୍ୱ ରେକର୍ଡ ପାଇଁ ଏକାଠି ହେଲେ ଶତାଧିକ ସ୍ପାଇଡରମ୍ୟାନ

Above Post Content

ପ୍ରତ୍ୟେକ ଛୋଟ ପିଲାଙ୍କ ସ୍ପାଇଡ଼ରମ୍ୟାନ ଖୁବ୍ ପସନ୍ଦ । ସେମାନେ ସ୍ପାଇଡ଼ରମ୍ୟାନ ଡ଼୍ରେସ ପିନ୍ଧିବା ସହ ତାହାପରି ହେବାକୁ ଆଗ୍ରହ ଦେଖାଇଥାନ୍ତି । କିନ୍ତୁ କେବଳ ଛୋଟ ପିଲା ନୁହଁନ୍ତି, ନିକଟରେ ସବୁବର୍ଗର ଲୋକ ସ୍ପାଇଡ଼ରମ୍ୟାନ ଭଳି ପୋଷାକ ପିନ୍ଧି ଏକାଠି ହୋଇଛନ୍ତି । ବିଶ୍ୱ ରେକର୍ଡ ପାଇଁ ଏକାଠି ହୋଇଛନ୍ତି ଶହ ଶହ ସ୍ପାଇଡରମ୍ୟାନ । ଆର୍ଜେଣ୍ଟିନାର ରାଜଧାନୀ ବୁଏନସ୍ ଆଇରିସ୍‌ର ଶହ ଶହ ଲୋକ ବିଶ୍ୱପ୍ରସିଦ୍ଧ ମାର୍ଭେଲ୍ ସୁପରହିରୋ ସ୍ପାଇଡରମ୍ୟାନ୍ ପୋଷାକ ପିନ୍ଧି ଏକାଠି ହୋଇଥିଲେ । ଏକାଠି ହେବାର କାରଣ ଥିଲା ବିଶ୍ୱ ରେକର୍ଡ ଭାଙ୍ଗିବାର ଉଦ୍ୟମ । ସୋସିଆଲ ମିଡ଼ିଆ ‘ଇନ୍‌ଷ୍ଟାଗ୍ରାମ୍‌’ ଜରିଆରେ ଆର୍ଜେଣ୍ଟିନୀୟ ଇନ୍‌ଫ୍ଲୁଏନ୍‌ସର ଉକି ଡିଏନ୍ ଏହି ସମାରୋହର ଆୟୋଜନ କରିଥିଲେ ।

Middle post content

ଗୀତର ତାଳେ ତାଳେ ଡ଼୍ୟାନ୍ସ କରିଥିଲେ

After 2nd paragraph post ads

ସହରର ଏକ ପ୍ରସିଦ୍ଧ ସ୍ମୃତିସ୍ତମ୍ଭ ନିକଟରେ ୭୦୦ ଜଣ ସ୍ପାଇଡରମ୍ୟାନଙ୍କୁ ଏକାଠି କରିବାର ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏକ ହଜାରରୁ ଅଧିକ ସ୍ପାଇଡରମ୍ୟାନ୍ ପ୍ରଶଂସକ ପୋଷାକ ପିନ୍ଧି ଏକାଠି ହୋଇଥିଲେ । ଗୀତ ଗାଇ, ତାଳି ବଜାଇ ପରସ୍ପରଙ୍କୁ ଉତ୍ସାହିତ କରିଥିଲେ । ଏଥିସହ ଗୀତର ତାଳେ ତାଳେ ଡ଼୍ୟାନ୍ସ କରିଥିଲେ । ଏହା ପୂର୍ବରୁ ଗତ ଜୁନ୍ ୩ ତାରିଖରେ ମାଲେସିଆରେ ସୋନି ପିକ୍‌ଚର୍ସ ଏଣ୍ଟରଟେନ୍‌ମେଣ୍ଟ ଦ୍ୱାରା ଆୟୋଜିତ ସମାରୋହରେ ୬୮୫ ଜଣ ‘ସ୍ପାଇଡରମ୍ୟାନ୍ ପୋଷାକରେ ସର୍ବାଧିକ ଲୋକଙ୍କ ସମାଗମର ଗିନିସ୍ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । ବୁଏନସ୍ ଆଇରିସ୍‌ର ଆୟୋଜକମାନେ ଏକ ହଜାରରୁ ଅଧିକ ଲୋକଙ୍କର ଫଟୋ ଓ ଦସ୍ତଖତ ସଂଗ୍ରହ କରି ଗିନିସ୍ ବୁକ୍ ପାଖକୁ ନୂଆ ରେକର୍ଡ ପଞ୍ଜୀକରଣ ପାଇଁ ପଠାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami