ପୋଲିସ କୁକୁରଙ୍କ ପାଇଁ ପ୍ରତିଷ୍ଠା ହେଲା ଅବସର ଗୃହ

Above Post Content

ଗୁଜରାଟ: ଅବସରପ୍ରାପ୍ତ ପୋଲିସ କୁକୁରଙ୍କ ପାଇଁ ନିର୍ମାଣ ହେଲା ସ୍ୱତନ୍ତ୍ର ଗୃହ । ବାର୍ଦ୍ଧକ୍ୟ କିମ୍ବା ଅନ୍ୟାନ୍ୟ କାରଣରୁ ଚାକିରି ପାଇଁ ଅଯୋଗ୍ୟ ସାବ୍ୟସ୍ତ ହୋଇଥିବା କୁକୁରମାନେ ଏହି ଗୃହରେ ରହିବେ । ସେମାନଙ୍କୁ ଉପଯୁକ୍ତ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ଗୁଜରାଟର ଆନନ୍ଦ ଜିଲ୍ଲାରେ ଖୋଲାଯାଇଛି ସ୍ୱତନ୍ତ୍ର ଅବସର ଗୃହ । ଏହି ଉତ୍ସର୍ଗୀକୃତ ବୃଦ୍ଧାଶ୍ରମରେ ସେମାନଙ୍କ ରହଣି ଏବଂ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ବୋର୍ଡିଂ ଏବଂ ଚିକିତ୍ସା ସୁବିଧା ରହିଛି ।

Middle post content

ଦୈନିକ ଖାଇବେ କ୍ଷୀର, ଅଣ୍ଡା, ମଟନ

After 2nd paragraph post ads

ଏବେ ଦେଶର ଏହି ପ୍ରଥମ ଅବସର ଗୃହରେ ୧୬ ଜଣ ଅବସରପ୍ରାପ୍ତ କୁକୁର, ୨ ଜଣ ଡ୍ୟୁଟିରେ ଥିବା ଓ ୨ଟି ଟ୍ରେନି କୁକୁର ସମେତ ମୋଟ ୨୦ଟି କୁକୁର ରହୁଛନ୍ତି । ଏହି ଗୃହ ଦାୟିତ୍ୱରେ ଥିବା ଡିଏସ୍‌ପି ଜେଜେ ଚୌଧୁରୀ କହିଛନ୍ତି ଯେ, ଏହି କେନ୍ଦ୍ରରେ ପୋଲିସ ଡଗ୍ ସ୍କ୍ୱାର୍ଡ୍‌ର ଅବସରପ୍ରାପ୍ତ ସଦସ୍ୟଙ୍କ ପାଇଁ ୨୩ଟି ରୁମ୍ ଏବଂ ଡ୍ୟୁଟିରେ ଥିବା କୁକୁରମାନଙ୍କ ପାଇଁ ୩ଟି ରୁମ୍ ରହିଛି । ଏଠାରେ ସେମାନଙ୍କ ଲାଗି ଖାଦ୍ୟ, ଚିକିତ୍ସା ସେବା ଆଦି ସୁବିଧା ଯୋଗାଇ ଦିଆଯିବ । କୁକୁରମାନଙ୍କୁ ଦୈନିକ ୭୦୦ ଗ୍ରାମ କ୍ଷୀର, ୧୭୦ ଗ୍ରାମ ରୁଟି, ଗୋଟିଏ ଅଣ୍ଡା ଓ ସନ୍ଧ୍ୟାରେ ୨୮୦ ଗ୍ରାମ ମଟନ୍ ସହ ପନିପରିବା ଓ ଚାଉଳ ଖାଇବାକୁ ଦିଆଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami