ଆକାଶ ମାର୍ଗରୁ ଭକ୍ତ ବୁଲି ଦେଖି ପାରିବେ ରାମ ମନ୍ଦିର

Above Post Content

ଅଯୋଧ୍ୟା: ଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମ ମନ୍ଦିରକୁ ଆକାଶମାର୍ଗରୁ ବୁଲି ଦେଖି ପାରିବେ ଭକ୍ତ । ଏପରି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ସରକାର ରାମ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଯୋଗେ ବିକାଶର ନୂତନ ଦିଗ ସୃଷ୍ଟି କରୁଥିବା ଅଯୋଧ୍ୟା ଧାମ ପରିଦର୍ଶନ କରିବାକୁ ଅନୁମତି ଦେବେ । ସରକାର ରାଜ୍ୟର ୬ ଟି ଜିଲାରୁ ହେଲିକପ୍ଟର ସେବା ଯୋଗାଇବାକୁ ଯାଉଛନ୍ତି ।

Middle post content

୬ ସହରରୁ ଆରମ୍ଭ ହେବ ହେଲିକପ୍ଟର ସେବା

After 2nd paragraph post ads

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରୁ ହେଲିକପ୍ଟର ସେବା ଆରମ୍ଭ କରିବେ । ଏଥିଲାଗି ହେଲିକପ୍ଟର ସେବା ପ୍ରଦାନକାରୀ ଅପରେଟରମାନଙ୍କୁ ଚୟନ କରିଛନ୍ତି । ସେମାନେ କାର୍ଯ୍ୟକ୍ଷମ ମଡେଲରେ ହେଲିକପ୍ଟର ସେବା ଯୋଗାଇବେ । ରାମ ଭକ୍ତ ଏବଂ ପର୍ଯ୍ୟଟକମାନେ ଗୋରଖପୁର, ବାରାଣାସୀ, ଲକ୍ଷ୍ନୌ, ପ୍ରୟାଗରାଜ, ମଥୁରା ଏବଂ ଆଗ୍ରା ଠାରୁ ଏହି ହେଲିକପ୍ଟର ସେବା ପାଇବେ । ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ଏହି ସୁବିଧା ଶୀଘ୍ର ଆରମ୍ଭ ହେବ । ଏହା ସହିତ ଆକାଶ ମାର୍ଗରୁ ରାମମନ୍ଦିର ଦର୍ଶନ କରିବାର ସୁଯୋଗ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଦିଆଯିବ । ଏହାର ଦାୟିତ୍ୱ ପର୍ଯ୍ୟଟନ ବିଭାଗକୁ ଦିଆଯାଇଛି । ଏହି ସୁବିଧା ପାଇଁ ଭକ୍ତମାନଙ୍କୁ ଆଗରୁ ବୁକ କରିବାକୁ ପଡିବ । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଅଯୋଧ୍ୟାରେ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ୬ ଦିନ ଧରି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami