ଏଣିକି ନିଃଶ୍ୱାସ ପ୍ରଶ୍ୱାସରେ ଖୋଲିବ ସ୍ମାର୍ଟଫୋନ୍‌

Above Post Content

ଚେନ୍ନାଇ: ଆଉ ଦରକାର ହେବ ନାହିଁ ସ୍ମାର୍ଟଫୋନ ଖୋଲିବା ପାଇଁ ଫିଙ୍ଗରପ୍ରିଣ୍ଟ ବା କୋଡ଼ ନମ୍ବର । ଏଣିକି ନିଶ୍ୱାସ ଓ ପ୍ରଶ୍ୱାସରେ ଖୋଲିବ ସ୍ମାର୍ଟଫୋନ । ଏଥିପାଇଁ ଚେନ୍ନାଇ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏକ ଅନୁସନ୍ଧାନ କରିଛି । ନିଃଶ୍ୱାସ ଛାଡ଼ିବା ସମୟରେ ବାୟୁରେ ସୃଷ୍ଟି ହେଉଥିବା ଅସ୍ଥିର ତରଙ୍ଗକୁ ଆଧାର କରି ଫିଙ୍ଗରପ୍ରିଣ୍ଟ୍‌ରେ ଖୋଲୁଥିବା ଉପକରଣ ଖୋଲିପାରିବ ବୋଲି ଭାରତୀୟ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତିି । ସବୁଠୁ ବଡ଼ କଥା ହେଲା, ଜଣେ ମୃତ ବ୍ୟକ୍ତିର ବ୍ୟକ୍ତିଗତ ଗ୍ୟାଜେଟ୍‌କୁ ଆଉ କେହି ଖୋଲି ପାରିବେ ନାହିଁ ।

ଚେନ୍ନାଇ ଆଇଆଇଟିର ବୈଜ୍ଞାନିକ କରିଛନ୍ତି ଅନୁସନ୍ଧାନ

After 2nd paragraph post ads
Middle post content

ଚେନ୍ନାଇ ଆଇଆଇଟିର ବୈଜ୍ଞାନିକ ମହେଶ ପଞ୍ଚଗ୍ନୁଲା ଏବଂ ତାଙ୍କ ଟିମ୍ ଏକ ଅଧ୍ୟୟନରୁ ଏହି ତଥ୍ୟ ଜାଣିବାକୁ ପାଇଛନ୍ତି । ଏହି ଟିମ୍ ବାୟୁଚାପ (ଏୟାର୍ ପ୍ରେସର) ସେନ୍‌ସର୍ ଦ୍ୱାରା ରେକର୍ଡ କରାଯାଇଥିବା ମଣିଷର ଶ୍ୱାସକ୍ରିୟା ତଥ୍ୟକୁ ନେଇ ପରୀକ୍ଷଣ କରିଥିଲେ । ପ୍ରାରମ୍ଭରେ ସେମାନଙ୍କର ଉଦ୍ଦେଶ୍ୟ ଥିଲା, ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ ମଡେଲ ବିକଶିତ କରିବା, ଯାହା ଶ୍ୱାସକ୍ରିୟାରେ ପୀଡ଼ିତ ରୋଗୀଙ୍କୁ ଚିହ୍ନଟ କରିପାରିବ । ତେବେ ଅଧିକ ଅନୁସନ୍ଧାନରୁ ଜଣାପଡ଼ିଲା, ଥରକରେ ଏଆଇ ମଡେଲ୍ କୌଣସି ବ୍ୟକ୍ତିଙ୍କ ଶ୍ୱାସକ୍ରିୟା ତଥ୍ୟ ୯୭ ପ୍ରତିଶତ ସଠିକତା ସହ ବିଶ୍ଳେଷଣ କରିପାରିବ । ଏଆଇ ମଡେଲ୍ ଏକାଥରେ ଦୁଇଜଣ ବ୍ୟକ୍ତିଙ୍କ ଶ୍ୱାସକ୍ରିୟାର ଫରକ ଜାଣିପାରିବ କି ନାହିଁ ତାହା ମଧ୍ୟ ବୈଜ୍ଞାନିକମାନେ ପରୀକ୍ଷା କରିଛନ୍ତି ।

ବ୍ୟବହାରୀଙ୍କ ମୃତ୍ୟୁ ପରେ ହ୍ୟାକ ହେବନି ତଥ୍ୟ

ସ୍ମାର୍ଟଫୋନର ଗୋପନୀୟତା ରକ୍ଷା କରିବା ପାଇଁ ଆମେ ପାସ୍‌ୱାର୍ଡ ଦେଉଥିଲୁ । କିନ୍ତୁ ସମୟାନୁକ୍ରମେ ବାୟୋମେଟ୍ରିକ୍ ତଥ୍ୟକୁ ନେଇ ନୂଆ ସିକ୍ୟୁରିଟି ପଲିସି ଆସିଥିଲା । ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ସହାୟତାରେ ହ୍ୟାକର ତଥା ସାଇବର ଅପରାଧୀମାନେ ବାୟୋମେଟ୍ରିକ୍ କ୍ଲୋନିଂ କରୁଛନ୍ତି । ଆଗକୁ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ନିଃଶ୍ୱାସକୁ ନେଇ ଏକ ବାୟୋମେଟ୍ରିକ୍ ଆଇଡି ତିଆରି ହେବ । ଏହାକୁ କ୍ଲୋନ କରିବା ମଧ୍ୟ ସମ୍ଭବ ହେବ ନାହିଁ । ଏହା ବ୍ୟବହାରକାରୀଙ୍କ ମୃତ୍ୟୁ ପରେ ମଧ୍ୟ ହ୍ୟାକ୍ ହୋଇପାରିବ ନାହିଁ । ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଦେଖିଲେ ଏହା ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ହେବା ସହ ଗୋପନୀୟ ତଥ୍ୟକୁ ମଧ୍ୟ ସୁରକ୍ଷିତ ରଖିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami