ନନ୍ଦନକାନନରୁ ସମ୍ବଲପୁରକୁ ଗଲେ ୮ କୃଷ୍ଣସାର

Above Post Content

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ଗଲେ ୮ କୃଷ୍ଣସାର ମୃଗ । ଏଥିରେ ୪ଟି ମାଈ ଓ ୪ଟି ଅଣ୍ଡିରା କୃ୍‌ଷ୍ଣସାର ମୃଗ ରହିଛନ୍ତି । ଏହି ବିରଳ ପ୍ରଜାତିର କୃଷ୍ଣସାର ଭାରତରେ ବହୁତ କମ୍ ଦେଖାଯାଆନ୍ତି । ଓଡ଼ିଶାରେ କେବଳ ଗଂଜାମ ଜିଲ୍ଲାର କେତେକ ଜଂଗଲରେ ଦେଖିବାକୁ ମିଳନ୍ତି । ଏହି କୃଷ୍ଣସାର ପ୍ରତି ବଦଳରେ ସମ୍ବଲପୁର ଚିଡ଼ିଆଖାନାରୁ ନନ୍ଦନକାନ ଚିଡ଼ିଆଖାନାକୁ ୭ଟି ଚୌଶିଙ୍ଘା ଆସିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟର ମଂଜୁରି କ୍ରମେ ଏହି ବନ୍ୟପ୍ରାଣୀ ବିନିମୟ ସମ୍ଭବ ହୋଇଛି । ଏହି କୃଷ୍ଣସାର ମୃଗ ସମ୍ବଲପୁର ପହଂଚିବା ପରେ ଗୋଟିଏ ମାସ ପାଇଁ ସଂଘରୋଧରେ ରଖାଯିବ । ଗୋଟିଏ ମାସର ସଂଘରୋଧର ଅବଧି ପୂରିବା ପରେ ଅର୍ଥାତ ଆସନ୍ତା ଜାନୁଆରି ମାସରୁ ଚିଡ଼ିଆଖାନାକୁ ଆସୁଥିବା ଲୋକେ ଦେଖିପାରିବେ ।

Middle post content

ସମ୍ବଲପୁର ଚିଡ଼ିଆଖାନାରେ ରହିଛନ୍ତି ବହୁ ସଂଖ୍ୟକ ଚୌଶିଙ୍ଗା

After 2nd paragraph post ads

ସମ୍ବଲପୁର ଚିଡ଼ିଆଖାନାରେ ନିର୍ମାଣାଧୀନ ଅର୍ଚ୍ଚଡ ଓ ଗୋଲାପ ବଗିଚା ଶୀଘ୍ର ସଂପୂର୍ଣ୍ଣ ହେବାକୁ ଯାଉଛି । ନୂଆବର୍ଷ ଠାରୁ ଏହି ଦୁଇ ବଗିଚା ଲୋକଙ୍କ ପାଇଁ ଖୋଲି ଦିଆଯିବ । ଏବେ ଚିଡ଼ିଆଖାନାରେ କଲରାପତରିଆ ବାଘ, ସମ୍ଭର, ଚୌଶିଙ୍ଘା, ହରିଣ, ଭାଲୁ, ଅଜଗର ସହିତ ୧୫ଟି ପ୍ରଜାତିର ବନ୍ୟପ୍ରାଣୀ ରହିଛନ୍ତି । ସେମାନଙ୍କ ପାଇଁ ୨୭ଟି ଏନ୍‌କ୍ଲୋଜର ତିଆରି କରାଯାଇଛି । ଶିଶୁ ଉଦ୍ୟାନରେ ନୂଆକରି ନିର୍ମିତ କୃତ୍ରିମ ଝରଣା ବି ଆକର୍ଷଣୀୟ ହୋଇଛି । ଦେଶର ବହୁ ସଂଖ୍ୟକ ଚୌଶିଙ୍ଘା ଥିବା ଚିଡ଼ିଆଖାନା ମଧ୍ୟରୁ ସମ୍ବଲପୁର ଚିଡ଼ିଆଖାନା ଅନ୍ୟତମ ବୋଲି ଜଣାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami