ଜିମ୍‌ରେ ସମୟ କାଟୁଛନ୍ତି ପରିଣୀତି

Above Post Content

ମୁମ୍ବାଇ: ଓଜନ କମାଇବାରେ ଲାଗିପଡ଼ିଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା । ପ୍ରଖ୍ୟାତ ପଞ୍ଜାବୀ ଗାୟକ ସ୍ୱର୍ଗତ ଅମର ସିଂହ ଚମକିଲାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ପାଇଁ ସେ ୧୫ କିଲୋ ଓଜନ ବୃଦ୍ଧି କରିଥିଲେ । ଫିଲ୍ମର ସୁଟିଂ ଶେଷ ହୋଇଥିବାରୁ ସେ ଓଜନ କମାଇ ପୂର୍ବାବସ୍ତାକୁ ଫେରିବା ଲାଗି ଚେଷ୍ଟା କରୁଛନ୍ତି । ଏବେ ଜିମ୍‌ରେ କସରତ କରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଟାର୍ଗେଟ ୧୫ କିଲୋ ଓଜନ ହ୍ରାସ

After 2nd paragraph post ads
Middle post content

ପ୍ରଖ୍ୟାତ ପଞ୍ଜାବୀ ଗାୟକ ସ୍ୱର୍ଗତ ଅମର ସିଂହ ଚମକିଲାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ ପରିଣୀତିଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଚମକିଲାଙ୍କ ଭୂମିକାରେ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଝ ରହିଥିବା ବେଳେ ଚମକିଲାଙ୍କ ପତ୍ନୀ ଅମରଜୋତ କୌରଙ୍କ ଚରିତ୍ରରେ ପରିଣୀତ ଅଭିନୟ କରିଛନ୍ତି । ଇମତିୟାଜ ଅଲୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ନିଜର ଭୂମିକାକୁ ଜୀବନ୍ତ କରିବା ଲାଗି ପରିଣୀତିଙ୍କୁ ୧୫ କିଲୋଗ୍ରାମ୍ ଓଜନ ବଢ଼ାଇବାକୁ ପଡ଼ିଥିଲା । ଚଳଚ୍ଚିତ୍ରଟିର ସୁଟିଂ ସରିଲା ପରେ ସେ ଏବେ ଓଜନ କମାଇ ନିଜର ପୂର୍ବାବସ୍ଥା ଫେରି ପାଇବା ଲାଗି ନିୟମିତ ଜିମ୍ ଯାଇ କସରତ କରୁଛନ୍ତି । ନିଜର ବୃଦ୍ଧି କରିଥିବା ୧୫ କିଲୋ କମାଇବାକୁ ସେ ଟାର୍ଗେଟ ରଖିଛନ୍ତି । ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ବ୍ୟାୟାମ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି ।

ପ୍ରତ୍ୟେକ ଦିନ ଖାଉଥିଲେ ଫାଷ୍ଟ୍ ଫୁଡ୍‌

ଏଥି ସହିତ ଉକ୍ତ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ଏ. ଆର. ରେହମାନଙ୍କ ଷ୍ଟୁଡିଓରେ କଣ୍ଠଦାନ କରିବାରେ ଛଅ ମାସ କାଳ ବ୍ୟସ୍ତ ଥିଲେ ବୋଲି ପରିଣୀତି ପ୍ରକାଶ କରିଛନ୍ତି । ଷ୍ଟୁଡିଓରୁ କଣ୍ଠଦାନ କରି ଫେରିଲା ପରେ ଘରେ ଫାଷ୍ଟ୍ ଫୁଡ୍ ଖାଇ ସେ ନିଜ ଓଜନ ବଢ଼ାଇବାରେ ଲାଗି ପଡ଼ିଥିଲେ । ସେହି ଦିନତକ ତାଙ୍କର ଦୈନନ୍ଦିନ ଜୀବନରେ ‘ସଂଗୀତ ଓ ଖାଦ୍ୟ’ ମୁଖ୍ୟ କାରବାର ଥିଲା ବୋଲି ସେ କହିଛନ୍ତି । ଫିଲ୍ମଟିର ସୁଟିଂ ଓ ଅନ୍ୟାନ୍ୟ କାମ ସରିଯାଇଥିବାରୁ ସେ ଏବେ ଓଜନ କମାଇବାକୁ କଠିନ ପରିଶ୍ରମ କରୁଛନ୍ତି । ସୂଚନାଯୋଗ୍ୟ, ଶେଷ ଥର ପାଇଁ ପରିଣୀତିଙ୍କୁ ଅକ୍ଷୟ କୁମାର ଅଭିନୀତ ସିନେମା ‘ମିସନ୍ ରାଣୀଗଞ୍ଜ’ରେ ଦେଖିବାକୁ ମିଳିଥିଲା । ଗତ ସେପ୍ଟେମ୍ବର ମାସରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କ ସହିତ ପରିଣୀତାଙ୍କର ଶୁଭ ପରିଣୟ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami