ଗୋଟିଏ ଦିନରେ ଜନ୍ମ ହୋଇଥିଲେ ୫ କ୍ରିକେଟର

Above Post Content

ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍ ଟିମ ପାଇଁ ଏକ ସ୍ୱତନ୍ତ୍ର ଦିନ ଅଟେ । ଆଜି ଗୋଟିଏ ଦିନରେ ୫ ଖେଳାଳୀଙ୍କ ଜନ୍ମଦିନ । ଏଥିମଧ୍ୟରୁ ଜଣେ ଖେଳାଳୀ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଛନ୍ତି । ତ ଆଉ ଜଣେ ରିଟାର୍ରମେଣ୍ଟ ନେଇସାରିଛନ୍ତି । ଏହି ୫ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଯଶପ୍ରୀତ୍ ବୁମରା , ଶ୍ରେୟସ୍ ଆୟାର୍ , ରବିନ୍ଦ୍ର ଜାଡେଜା , କରୁଣ ନାୟର ଏବଂ ଆରପି ସିଂ ।

ମାଆଙ୍କୁ ହରାଇବା ପରେ କ୍ରିକେଟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ଜାଡ଼େଜା

After 2nd paragraph post ads
Middle post content

ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି । ୧୮୮୮ ମସିହା ଆଜିର ଦିନରେ ସୌରାଷ୍ଟ୍ରର ଏକ ଛୋଟିଆ ଗାଁରେ ଜାଡେଜାଙ୍କ ଜନ୍ମ । ୨୦୦୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୫ ମସିହାରେ ଜାଡେଜା ତାଙ୍କ ମାଆ ଲତାବେନଙ୍କୁ ହରାଇବା ପରେ ସେ କ୍ରିକେଟ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏତିକିବେଳେ ତାଙ୍କ ପରିବାର ଲୋକ ତାଙ୍କୁ ସାହସ ଦେଇଥିଲେ । ସେହିପରି ଯଶପ୍ରୀତ୍ ବୁମରା ମଧ୍ୟ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ୧୯୯୩ ମସିହା ଡିସେମ୍ବର ୬ ତାରିଖରେ ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିବା ବୁମରା ଆଜି ୩୦ ବର୍ଷରେ ପାଦ ଥାପିଛନ୍ତି ବୁମରା । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତ ପାଇଁ ୩୦ଟି ଟେଷ୍ଟ, ୮୯ଟି ଓଡିଆଇ, ୬୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୨୦୧୯ ସେପ୍ଟେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ହାଟ୍ରିକ୍ ସ୍କୋର୍ କରିଥିଲେ । ଯଶପ୍ରୀତ୍ ବୁମରାଙ୍କର କ୍ରିକେଟର ହେବା ପଛର କାହାଣୀ ଥିଲା ଅତ୍ୟନ୍ତ ସଂଘର୍ଷମୟ ।

କ୍ରିକେଟରୁ ଅବସର ନେଇଛନ୍ତି ଆରପି ସିଂହ

ସେହିପରି ଆଉ ଜଣେ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଶ୍ରେୟସ୍ ଆୟର । ଆଜି ସେ ୨୯ ବର୍ଷରେ ପାଦ ଥାପିଛନ୍ତି ।ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତ ପାଇଁ ୧୦ଟି ଟେଷ୍ଟ, ୫୮ଟି ଓଡିଆଇ , ୫୧ଟି ଟି-୨୦ ଖେଳି ସାରିଛନ୍ତି । ଶ୍ରେୟସ୍ ଏକ ସାକ୍ଷାତକାରରେ କହିଥିଲେ ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା । ସେତେବେଳେ ସିନିୟର ପିଲାମାନେ ତାଙ୍କୁ ଖେଳିବାର ସୁଯୋଗ ଦେଉନଥିଲେ । କିନ୍ତୁ ଯେତେବେଳେ ବି ସେ ଖେଳୁଥିଲେ , ଫିଲ୍ଡିଂ କରୁଥିଲେ । ସେହିପରି କରୁଣ ନାୟର ହେଉଛନ୍ତି କର୍ଣ୍ଣାଟକର । ହେଲେ ରାଜସ୍ଥାନର ଯୋଧପୁରରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ୩୨ ବର୍ଷୀୟ କରୁଣ ଟେଷ୍ଟ କ୍ରିକେଟରେ ବିରେନ୍ଦ୍ର ସେହୱାଗଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ କ୍ରିକେଟର । ୨୦୧୭ ମସିହାରୁ ସେ କ୍ରିକେଟ ଜଗତରୁ ଦୂରରେ ରହିଛନ୍ତି । ରାୟବରେଲିରେ ଜନ୍ମଗ୍ରହଣ କରିଥିବା ଆରପି ସିଂ ଆଜି ୩୮ ବର୍ଷରେ ପାଦ ଥାପିଛନ୍ତି । ୨୦୦୭ ମସିହାରେ ପ୍ରଥମ ଟି-୨୦ ବିଶ୍ୱକପରେ ଭାରତ ଚାମ୍ପିୟନ ହେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କ୍ରିକେଟରୁ ଅବସର ନେବା ପରେ ସେ କମେଣ୍ଟ୍ରି କରି ଅନେକ ସୁନାମ ଅର୍ଜନ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami