ଚୀନରେ ବଡ଼ ଧରଣର ଭୂକମ୍ପ; ୧୧୧ ମୃତ

Above Post Content

ବେଜିିଂ: ଚୀନର ଗାନ୍‌ସୁ-କିଙ୍ଗ୍‌ହାଇର ସୀମାବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଧରଣର ଭୂକମ୍ପ ହୋଇଯାଇଛି । ଭୂକମ୍ପ ପ୍ରଭାବରେ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ଫଳରେ ୧୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୦ରୁ ଅଧିକ ଆହତ ହୋଇଛନ୍ତି । ଭୂକମ୍ପଟି ୬.୧ ତୀବ୍ରତା ବିଶିଷ୍ଟ ବୋଲି ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଥିବା ବେଳେ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହା ୬.୨ ତୀବ୍ରତାର ବୋଲି ସୂଚନା ରହିଛି ।

ଶୀତରେ ଥରୁଛନ୍ତି ଲୋକେ

After 2nd paragraph post ads
Middle post content

ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଛି ଏବଂ ବିପର୍ଯ୍ୟୟର ପ୍ରଭାବକୁ ଆକଳନ କରିବା ଏବଂ ସ୍ଥାନୀୟ ରିଲିଫ୍ କାର୍ଯ୍ୟ ପାଇଁ ମାର୍ଗଦର୍ଶନ ଯୋଗାଇବା ପାଇଁ ଏକ କାର୍ଯ୍ୟକାରିଣୀ ଗୋଷ୍ଠୀ ପଠାଯାଇଥିବା ଜଣାଯାଇଛି । ତେବେ ଭୂକମ୍ପ ସଂଗଠିତ ହୋଇଥିବା ସ୍ଥାନରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ଥିଲା । ଗତ ସପ୍ତାହରୁ ଆରମ୍ଭ ପ୍ରବଳ ଶୀତରେ ଚୀନର ଲୋକ ଥରୁଛନ୍ତି । କେତେକ ସ୍ଥାନରେ ଜଳ, ବିଦ୍ୟୁତ୍‌, ପରିବହନ, ଯୋଗାଯୋଗ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଯାଇଛି ।

୫ କିଲୋମିଟର ଭିତରେ ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ

ଭୂକମ୍ପର କେନ୍ଦ୍ରସ୍ଥଳରୁ ୩୫ କିଲୋମିଟର ଓ ପଶ୍ଚିମରୁ ଦକ୍ଷିଣ-ପଶ୍ଚିମ ଦିଗରୁ ୧୦୨ କିଲୋମିଟର ଦୂରତାରେ ସଂଗଠିତ ହୋଇଛି । ତେବେ ଏହି ଭୂକମ୍ପରେ ନିଖୋଜ ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ସରକାରୀ ରିପୋର୍ଟରେ ଦର୍ଶାଯାଇ ନାହିଁ । ଚୀନର ଉତ୍ତର-ପଶ୍ଚିମର ସୀମାବର୍ତ୍ତୀ ଅଞ୍ଚଳର ପୂରା ୫ କିଲୋମିଟର ଭିତରେ ଅନେକ ସ୍ଥାନରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପରେ ବହୁ ବଡ଼ ବଡ଼ କୋଠା ଭାଙ୍ଗି ପଡ଼ିଛି । ଭଗ୍ନସ୍ତୁପ ତଳେ ଲୋକ ଚାପି ହୋଇ ରହିଛନ୍ତି । ଏହି ଭୂକମ୍ପ ସଂଗଠିତ ହେବା ପରେ ବିପର୍ଯ୍ୟୟ ପ୍ରଶମନ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିପର୍ଯ୍ୟୟ ପ୍ରଶମନ ପାଇଁ ରହିଥିବା ଚୀନର ଜାତୀୟ ଆୟୋଗ ଏବଂ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ୪ର୍ଥ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଜରୁରୀକାଳୀନ ପରିସ୍ଥିତିକୁ ସକ୍ରିୟ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami