ଅପରେସନ ଥିଏଟରରେ ରିଲ୍ସ କରି ନିଲମ୍ବିତ ହେଲେ ୩ ନର୍ସ

Above Post Content

ରାୟପୁର: ଆଜିକାଲି ଯୁବପିଢୀ ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି କିଛି ପିଲା ନିଜ ଜୀବନକୁ ବାଜି ବି ଲଗାଇ ଦେଉଛନ୍ତି । ଏବେ ଛତିଶଗଡ଼ର କିଛି ନର୍ସଙ୍କୁ ରିଲ୍ସ କରିବା ମହଙ୍ଗା ପଡ଼ିଛି । ଡାକ୍ତରଖାନାର ଅପରେସନ ଥିଏଟରରେ ରିଲ୍‌ସ୍ କରି ୩ ଜଣ ନର୍ସ ନିଲମ୍ବିତ ହୋଇଛନ୍ତି ।

Middle post content

ଭିଡ଼ିଓ ଦେଖିବା ପରେ ମ୍ୟାନେଜମେଣ୍ଟ ନେଲା କାର୍ଯ୍ୟାନୁଷ୍ଠାନ

After 2nd paragraph post ads

ଆଜିକାଲି ରିଲ୍ସର ଟ୍ରେଣ୍ଡ ଏତେ ବୃଦ୍ଧି ପାଇଛି ଯେ ଲୋକମାନେ ସ୍ଥାନ କିମ୍ବା ସୁଯୋଗ ଦେଖୁନାହାନ୍ତି । ଯେକେହି ମୋବାଇଲ କ୍ୟାମେରା ବାହାର କରି ରିଲ ତିଆରି କରିବା ଆରମ୍ଭ କରିଦେଉଛନ୍ତି । ଛତିଶଗଡର ରାଜଧାନୀ ରାୟପୁରର ଏକ ଜଣାଶୁଣା ଡାକ୍ତରଖାନାରେ ମଧ୍ୟ ଏଭଳି ଘଟଣା ଘଟିଛି । ତିନି ନର୍ସ ଛତିଶଗଡର ବୃହତ୍ତମ ଡାକ୍ତରଖାନା ଡିକେଏସ ସରକାରୀ ସୁପର ସ୍ପେସିଆଲିଟି ହସ୍ପିଟାଲର ଅପରେଶନ ଥିଏଟରରେ ରିଲ୍ସ କରିଥିଲେ । ପରେ ତାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭିଡ଼ିଓ ଭାଇରାଲ ବି ହେବାକୁ ଲାଗିଲା । ଏହାକୁ ଦେଖି ମ୍ୟାନେଜମେଣ୍ଟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉକ୍ତ ତିନି ନର୍ସଙ୍କୁ ନିଲମ୍ବିତ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami