ଜୟାପ୍ରଦାଙ୍କୁ ପଳାତକ ଘୋଷଣା କଲେ କୋର୍ଟ

Above Post Content

ମୁମ୍ବାଇ: ପଳାତମ ଘୋଷିତ ହେଲେ ବଲିଉଡ଼ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦା । ତାଙ୍କୁ କୋର୍ଟ ପଳାତକ ଘୋଷଣା କରିଛନ୍ତି । ୨୦୧୯ରେ ଲୋକସଭା ନିର୍ବାଚନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ତାଙ୍କ ନାମରେ ୨ଟି ମାମଲା ରାମପୁରରେ ରୁଜୁ ହୋଇଥିଲା । ଯାହାର ଶୁଣାଣି ରାମପୁରର ଏମପି-ଏମଏଲଏ ସ୍ପେଶାଲ କୋର୍ଟରେ ଚାଲୁଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୟାଙ୍କୁ ଫେବୃଆରି ୧୨ରେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚିବାକୁ କୁହାଯାଇଥିଲା । କିନ୍ତୁ ସେ କୋର୍ଟରେ ପହଞ୍ଚି ନ ଥିଲେ ।

Middle post content

ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ହାଜର ହେଲେନି ଜୟପ୍ରଦା

After 2nd paragraph post ads

ଏହାପରେ କୋର୍ଟ ସମନ ଜାରି କରି ଉଭୟ ମାମଲାରେ ଜୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ । ତାଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କୋର୍ଟରେ ହାଜର ହୋଇ ନ ଥିଲେ ଜୟପ୍ରଦା । ମଙ୍ଗଳବାର ଏହି ମାମଲାକୁ ନେଇ କୋର୍ଟ ପୂର୍ବତନ ସାଂସଦ ଜୟପ୍ରଦାଙ୍କୁ ପଳାତକ ଘୋଷଣା କରିଛନ୍ତି । ଜୟାଙ୍କ ବିରୋଧରେ ୮୨ସିଆରପିସିର କାର୍ଯ୍ୟାନୁଷ୍ଠାନ କରି ପୋଲିସ ଅଧ୍ୟକ୍ଷକଙ୍କୁ ଡେପୁଟି ଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ୨୦୨୪ ମାର୍ଚ୍ଚ ୬ ସୁଦ୍ଧା ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାରରେ ପଞ୍ଜୀକୃତ ହୋଇଥିବା ମାମଲା ଅନୁଯାୟୀ, ଜୟପ୍ରଦା ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ମଧ୍ୟ ଏପ୍ରିଲ ୧୯ ରେ ନୁରପୁର ନାମକ ଗ୍ରାମରେ ଏକ ରାସ୍ତା ଉଦଘାଟନ କରିଥିବା ଅଭିଯୋଗ ହୋଇଥିଲା । ସେହିପରି ଜୟା ଏକ ସାଧାରଣ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କେମ୍ରି ଥାନାରେ ଅଭିଯୋଗ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami