ବସ୍ତି ବୁଲିଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ

Above Post Content

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବିଲ୍ ଗେଟ୍ସ । ସେ ବୁଧବାର ଭୁବନେଶ୍ୱରର ବସ୍ତି ବୁଲିଛନ୍ତି । ବିଲ୍ ଗେଟ୍ସ ଆଜି ସକାଳୁ ଭୁବନେଶ୍ୱର ଲୁମ୍ବିନୀ ବିହାରସ୍ଥିତ ମାଆ ମଙ୍ଗଳା ବସ୍ତି ପରିଦର୍ଶନ କରିଛନ୍ତି । ବସ୍ତି ବୁଲିବା ସହ ବିଲ୍ ଗେଟ୍ସ ଏଠାକାର ଲୋକଙ୍କ ଜୀବନଶୈଳୀ ଓ ସମସ୍ୟା ପଚାରି ବୁଝିଥିଲେ ।

ଘରକୁ ଘର ଯାଇ ଲୋକଙ୍କ ଜୀବନଶୈଳୀ ପଚାରିବୁଝିଲେ

After 2nd paragraph post ads
Middle post content

ବିଲ୍ ଗେଟ୍ସ ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଥ୍‌ôଲେ । ଏହାସହ ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ଅନୁଧ୍ୟାନ କରିଥିଲେ । ଘରକୁ ଘର ଯାଇ ସେମାନଙ୍କୁ ଏଠାର କଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ପଚାରି ବୁଝିଥିଲେ । ଏଥିସହିତ ସେମାନଙ୍କ ଜୀବନଶୈଳୀ ବି ବୁଝିଥିଲେ । ବିଲ୍ ଗେଟ୍ସଙ୍କ ଗସ୍ତ ସମୟରେ ବସ୍ତିରେ ଉପସ୍ଥିତ ଥିବା ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥି ଭାଥାନନ କହିଛନ୍ତି ବିଲ ଗେଟ୍ସ ବିଜୁ ଆଦର୍ଶ କାଲୋନୀ ଯାଇ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ଜାଗା ମିଶନରେ କିପରି ଲୋକ ଜମି ଅଧିକାର ପାଇଲେ, ମୁକ୍ତା ଯୋଜନାରେ କାମ ପାଇଲେ ତାହା ବୁଝିବା ସହ ଆମେ ସବୁ ଡିଜିଟାଲ ବ୍ୟବସ୍ଥା କରିଛୁ, ସେ ସବୁ ଶୁଣି ଖୁସି ହେଲେ । ଦେଶର ଅନ୍ୟ ସ୍ଥାନରେ କାମ କରୁଥିବା ବିଲ ଗେଟ୍ସ ଫାଉଣ୍ଡେସନରେ ଏ ସବୁ ଲାଗୁ କରିବାକୁ ଚେଷ୍ଟା କରିବେ ବୋଲି ମଧ୍ୟ ବିଲ୍ ଗେଟ୍ସ ଏହି ଗସ୍ତ ସମୟରେ କହିଥିଲେ ।

ଅଙ୍ଗନବାଡ଼ି କେନ୍ଦ୍ର ସଫାସୁତରା ଦେଖି ଖୁସି ହେଲେ ବିଲ୍ ଗେଟ୍ସ

ସେହିପରି ପ୍ରତି ଘରେ ଡ୍ରିଙ୍କ ଫ୍ରମ ଟ୍ୟାପରେ କେମିତି କାର୍ଯ୍ୟକାରୀ ହେଉଛି ଓ ମିଶନ ଶକ୍ତି ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି, ସେ ନେଇ ବିଲ୍ ଗେଟ୍ସ ବୁଝିଥିଲେ । ଏଥିସହ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ବୁଲି ଦେଖିବା ସହ ରୂପାନ୍ତର ଓ ସଫାସୁତୁରା ଦେଖି ଖୁସି ହୋଇଥିଲେ ବୋଲି କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ ।ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ମାଆ ମଙ୍ଗଳା ବସ୍ତି ବୁଲିବା ପରେ କୃଷି ଭବନ ପରିଦର୍ଶନ କରିଥିଲେ । କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ଓଡ଼ିଶା ସରକାର । ଯାହାଦ୍ୱାରା କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami