ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ?

Above Post Content

ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ପୁରା ଦୁନିଆ ସହିତ ଭାରତର ଚିନ୍ତା ମଧ୍ୟ ବଢିଯାଇଛି । ଏହାର କାରଣ ହେଉଛି ତାଲିବାନ ସହିତ ଦୁଇଟି ବିପଜ୍ଜନକ ସଂଗଠନର ସମ୍ପର୍କ । ଏହି ଦୁଇ ସଂଗଠନର ନାମ ହେଉଛି ହକ୍କାନୀ ନେଟୱର୍କ ଓ ଅଲକାଏଦା । ତାଲିବାନର ଅଧିକାଂଶ ସୈନିକ ହକ୍କାନୀ ନେଟୱର୍କ ସହିତ ସମ୍ପର୍କ ରଖନ୍ତି । ଅନ୍ୟପକ୍ଷରେ ତାଲିବାନ ଓ ଅଲକାଏଦା ସମ୍ପର୍କ ବେସ ପୁରୁଣା । ୨୦୦୧ରେ ଅଲକାଏଦାକୁ ଖୋଜି ଖୋଜି ଆମେରିକା ଆଫଗାନିସ୍ତାନରେ ପହଞ୍ଚିଥିଲା । ଅଲକାଏଦାକୁ ଧ୍ୱଂସ କରିବାକୁ ଯାଇ ତାଲିବାନକୁ କ୍ଷମତାରୁ ହଟାଇଥିଲା ଆମେରିକା । ଏବେ ଆଫଗାନିସ୍ତାନ ଉପରେ ତାଲିବାନର କବଜା ହେବା ପରେ ହକ୍କାନୀ ନେଟୱର୍କ ପୁଣି ସକ୍ରୀୟ ହେଲାଣି । ଯେଉଁଥିପାଇଁ ଭାରତ ସହିତ ଆମେରିକାର ମଧ୍ୟ ଚିନ୍ତା ବଢିଯାଇଛି । କାରଣ ହକ୍କାନୀ ନେଟୱର୍କ ତା’ର ଭାରତ ବିରୋଧୀ ଚିନ୍ତାଧାରା ପାଇଁ ଜଣା ଯାଏ । ହକ୍କାନୀ ନେଟୱର୍କ ଉପରେ ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇର ହାତ ରହିଛି । ଆସନ୍ତୁ ଜାଣିବା ହକ୍କାନୀ ନେଟୱର୍କକୁ ନେଇ କ’ଣ ପାଇଁ ଭାରତ ଏତେ ଚିନ୍ତିତ ଅଛି ?

ହକ୍କାନୀ ନେଟୱର୍କ କ’ଣ ?

After 2nd paragraph post ads

ଚଳିତ ବର୍ଷ ଜାତିସଂଘର ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ହକ୍କାନୀ ନେଟୱର୍କ ତାଲିବାନକୁ ସବୁଠାରୁ ଅଧିକ ସାହାଯ୍ୟ କରୁଛି । ଏହି ଗ୍ରୁପର ସଦସ୍ୟ ଗରିଲା ଯୁଦ୍ଧ ଲଢିବାରେ ଦକ୍ଷ । ବଡ ଆକ୍ରମଣ କରିବାରେ ମାହିର ଏହି ଗୋଷ୍ଠୀରେ ଥିବା ସଦସ୍ୟ ବିସ୍ଫୋରକ ଓ ରକେଟ୍ ମଧ୍ୟ ତିଆରି କରି ପାରନ୍ତି ।

ହକ୍କାନୀ ନେଟୱର୍କ ସିଧାସଳଖ ତାଲିବାନର ସୁପ୍ରିମ କାଉନସିଲକୁ ରିପୋର୍ଟ କରିଥାଏ । ହକ୍କାନୀ ନେଟୱର୍କର ନେତା ସିରାଜୁଦ୍ଦିନ ହକ୍କାନୀ ତାଲିବାନରେ ସାମିଲ ଅଛି । ତାଲିବାନରେ ସର୍ବୋଚ୍ଚ ନେତା ଅମିଲ ଅଲ୍ ମୁମିନିନ୍ ହୈବତୁଲ୍ଲା ଅଖୁଂଦଯାଦା ପରେ ସିରାଜୁଦ୍ଦିନ ହେଉଛି ସବୁଠାରୁ ଶକ୍ତିଶାଳୀ ।

ହକ୍କାନୀ ନେଟୱର୍କକୁ ସିରାଜଦ୍ଦିନର ପିତା ଜଲ୍ଲାଲୁଦ୍ଦିନ ହକ୍କାନୀ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଜଲ୍ଲାଲୁଦ୍ଦିନ ୧୯୭୯ରେ ସୋଭିଏତ ଋଷ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା । ସେ ମଧ୍ୟ ଓସମା ବିନ୍ ଲାଦେନର ନିକଟତର ଥିଲା । ୨୦୧୮ରେ ଜଲ୍ଲାଲୁଦ୍ଦିନର ମୃତ୍ୟୁ ପରେ ସିରାଜଉଦ୍ଦିନ ନେଟୱର୍କର ମୁଖ୍ୟ ହୋଇଥିଲା ।

ପାକିସ୍ତାନ ସହିତ ହକ୍କାନୀ ନେଟୱର୍କର ସମ୍ପର୍କ

Middle post content

ଆମେରିକାର ଗୁଇନ୍ଦା ରିପୋର୍ଟ ଅନୁସାରେ ହକ୍କାନୀ ନେଟୱର୍କ ମୁଖ୍ୟତଃ ଉତ୍ତର ବଜିରସ୍ତାନ, ପାକିସ୍ତାନରେ ଅବସ୍ଥିତ ଓ ଏଥିରେ ଜାଦରାନ ଜନଜାତିର ଲୋକ ଅଧିକ ସଂଖ୍ୟାରେ ଅଛନ୍ତି ।

ଏହି ଗ୍ରୁପରେ ୩ ହଜାରରୁ ୧୦ ହଜାର ସୈନିକ ଅଛନ୍ତି ବୋଲ ଜାତିସଂଘ ରିପୋର୍ଟ କୁହେ ।

ଉତ୍ତର ବଜିରସ୍ତାନରେ ଅଲକାଏଦା ବିରୋଧରେ ପାକିସ୍ତାନ ଅପରେସନ କରିନଥିଲା । କାରଣ ହେଉଛି ସେଠାରେ ହକ୍କାନୀ ନେଟୱର୍କର ସଦସ୍ୟ ରହୁଥିଲେ ।

ହକ୍କାନୀ ନେଟୱର୍କ ଆଫଗାନିସ୍ତାନରେ ଭାରତୀୟ ପ୍ରୋଜେକ୍ଟ ଉପରେ ଅନେକ ଥର ଆକ୍ରମଣ କରିଛି । ୨୦୦୮ ଓ ୨୦୦୯ରେ ଏହା କାବୁଲ ସ୍ଥିତ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲା ।

କର୍ଣ୍ଣୋଗି ଏଣ୍ଡୋମେଣ୍ଟ୍ ଫରେ ଇଣ୍ଟରନ୍ୟାସନାଲ ପିସ୍ ଦ୍ୱାରା ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟରେ ହକ୍କାନୀ ନେଟୱର୍କର ଭାରତ ବିରୋଧୀ ମନୋଭାବ କଥା କୁହାଯାଇଥିଲା । ଏହା ସହିତ ହକ୍କାନୀ ନେଟୱର୍କର ଲସ୍କର ଏ ତୋଇବା ସହିତ ସମ୍ପର୍କ ଅଛି ବୋଲି ଏହି ରିପୋର୍ଟରେ ଦାବି କରାଯାଇଥିଲା ।

ହକ୍କାନୀ ନେଟୱର୍କର ତାଲିବାନରେ ଭୂମିକା

ନିକଟରେ କାବୁଲ ଉପରେ ଅଧିକାର ପରେ ସରକାର ଗଠନ ପାଇଁ ତାଲିବାନର ଯେଉଁ ପ୍ରତିନିଧିମଣ୍ଡଳି ପୂର୍ବତନ ରାଷ୍ଟ୍ରପତି ହାମିଦ କର୍ଜାଇଙ୍କୁ ସାକ୍ଷାତ କରିଥିଲା ସେହି ଦଳର ସିରାଜୁଦ୍ଦିନର ଭାଇ ଅନସ ହକ୍କାନୀ ମଧ୍ୟ ଥିଲା । ଏହା ସହିତ କାବୁଲକୁ ଆଉ ଜଣେ ଭାଇ ଖଲିଲ ହକ୍କାନୀ ନିୟନ୍ତ୍ରଣ କରୁଛି । କାବୁଲକୁ ନିୟନ୍ତ୍ରଣ କରୁଥିବା ଆତଙ୍କବାଦୀ ସବୁଠାରୁ ବିପଜ୍ଜନକ ଓ ନିର୍ଦ୍ଦୟୀ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami