କ’ଣ ପାଇଁ ଇଣ୍ଡିଆନ ମିଲିଟାରି ଆକାଡେମି ଆସିଥିଲା ତାଲିବାନ ନେତା ଶେରୁ, କାହିଁକି ଗଙ୍ଗରେ ପକାଇଥିଲା ବୁଡ଼ ?

Above Post Content

ତାଲିବାନ ଦୁଇ ଦଶକର କ୍ଷମତା ବନବାସ ପରେ ପୁଣିଥରେ ଆଫଗାନିସ୍ତାନରେ ସରକାର ଗଠନ କରିଛି । ଗଣତାନ୍ତ୍ରିକ ସରକାରକୁ କ୍ଷମତାରୁ ବେଦଖଲ କରି ତାଲିବାନ ଶାସନକୁ ଆସିବା ପଛରେ ରହିଛି ଏହାର କିଛି ଜେନରାଲଙ୍କ ମହତ୍ୱପୂର୍ଣ୍ଣ ଭୂମିକା । ସେହିଭଳି ଜଣେ ତାଲିବାନୀ ନେତା ହେଉଛନ୍ତି ଶେର ମହମ୍ମଦ । ଏହି ଶେର ମହମ୍ମଦଙ୍କ ଭାରତ ଲିଙ୍କ୍ ଜାଣିଲେ ଆପଣ ଆଶ୍ଟର୍ଯ୍ୟ ହେବେ । ଯେଉଁ ତାଲିବାନକୁ ନେଇ ଏବେ ଭାରତରେ ଏତେ ଆଶଙ୍କା ସୃଷ୍ଟି ହେଉଛି, ସେହି ତାଲିବାନର ଜଣେ ଛାମୁଆଁ ନେତା ଶେର ମହମ୍ମଦ ଓରଫ ଶେରୁ ଭାରତୀୟ ମିଲିଟାରି ଏକାଡେମିରେ ତାଲିମ ନେଇଥିଲେ । ଏମିତିକି ସେ ନିଜ ସାଙ୍ଗ ମାନଙ୍କ ସହିତ ଯାଇ ଗଙ୍ଗା ନଦୀରେ ବୁଡ ପକାଇଥିଲେ ଆସନ୍ତୁ ଜାଣିବା କିଏ ସେହି ଶେରୁ ଓ କେମିତି ସେ ତାଲିବାନର ଜଣେ ବଡ଼ ନେତା ପାଲିଟିଲେ ।

IMAରେ ନେଇଥିଲେ ଦେଢ ବର୍ଷର ଟ୍ରେନିଂ

After 2nd paragraph post ads

ଶେର ମହମ୍ମଦ ଆବ୍ବାସ ତାନିକଜାଇ ତାଲିବାନର ସେଇ ୭ ନେତାଙ୍କ ମଧ୍ୟରୁ ଜଣେ ଯିଏ ସବୁଠାରୁ ଶକ୍ତିଶାଳୀ । ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଅନୁସାରେ ଶେର ମହମ୍ମଦ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ସ୍ଥିତ ଇଣ୍ଡିଆନ ମିଲିଟାରି ଆକାଡଡେମିରେ ଦେଢ ବର୍ଷ ପର୍ଯ୍ୟନ୍ତ ଟ୍ରେନିଂ ନେଇଥଇଲେ । ସେଠାରେ ପଢୁଥିବା ବେଳେ ତାଙ୍କୁ ତାଙ୍କ ସାଥି କ୍ୟାଡେଟ୍ ଶେରୁ ନାମରେ ଡାକୁଥିଲେ୨୦ ବର୍ଷ ବୟସରେ ଶେର ମହମ୍ମଦ ଏକାଡେମିରେ ସାମିଲ ହୋଇଥିଲେ । ସେତେବେଳେ ତାଙ୍କ ସହିତ ଏକାଡେମିରେ ଥିବା ତାଙ୍କ ସାଙ୍ଗ ମାନଙ୍କ ଅନୁସାରେ ଶେରୁ ଧର୍ମାନ୍ଧ ନଥିଲେ । ପରେ କିଭଳି ସେ ତାଲିବାନ ଭଳି ଧର୍ମାନ୍ଧ ସଂଗଠନରେ ସାମିଲ ହେଲେ ତାକୁ ନେଇ ଏବେ ମଧ୍ୟ ସେମାନଙ୍କ ସାଥୀ ଚକିତ ହୁଅନ୍ତି । ଦେଢ ବର୍ଷର ଟ୍ରେନିଂ ପରେ ସେ ଲେଫ୍ଟେନାଣ୍ଟ ଜେନରାଲ ଭାବେ ଆଫଗାନ ସେନାରେ ସାମିଲ ହୋଇଥିଲେ ।

୧୯୮୨ର ଆସିଥିଲେ ଡେରାଡୁନ୍

Middle post content

ଶେର ମହମ୍ମଦ ୧୯୮୨ ମସିହାରେ ଡେରାଡୁନ୍ ଆସିଥିଲେ । ରିପୋର୍ଟ ଅନୁସାରେ ୧୯୮୨ ଶେରୁ ଭାରତ ଟ୍ରେନିଂ ପାଇଁ ଆସିବା ବେଳ ପ୍ରଥମକରି ଆଫଗାନିସ୍ତାନରୁ କ୍ୟାଡେଟ୍ ଟ୍ରେନିଂ ଲାଗି ଆସୁଥିଲେ । ଜଣେ ଅବସରପ୍ରାପ୍ତ ମେଜର ଜେନରାଲଙ୍କ ଅନୁସାରେ ସେତେବେଳେ ଶେରୁଙ୍କୁ ସମସ୍ତେ ଭଲ ପାଉଥିଲେ । ସେ ବାକି କ୍ୟାଡେଟଙ୍କଠାରୁ ଟିକିଏ ବଡ ଥିଲେ । ସେତେବେଳେ ମଧ୍ୟ ସେ ନିଶ ରଖୁଥିଲେ । ସେ ସମୟରେ ତାଙ୍କ ବିଚାରରେ ଧର୍ମାନ୍ଧତା ବିଲକୁଲ ବି ନଥିଲା । ତାଙ୍କର ଜଣେ ସାଥିଙ୍କ ଅନୁସାରେ ସପ୍ତାହନ୍ତରେ ସେମାନେ ସମସ୍ତେ ମିଶିକରି ହାଇକିଂ ଓ ନଦୀ କୂଳରେ ସର୍ଟ ଟ୍ରିପରେ ଯାଉଥିଲେ ।

ଋଶିକେଶ ଯାଇଥିଲେ ସାଥିଙ୍କ ସହିତ

ଅବସରପ୍ରାପ୍ତ କର୍ଣ୍ଣଲ କେସର ସିଂହ ଶେଖାୱତଙ୍କ ଅନୁସାରେ ତାଙ୍କ ପାଖରେ ଗୋଟିଏ ଫଟୋଗ୍ରାଫ ଅଛି ଯାହାକ ସେମାନେ ସମସ୍ତେ ଏକାଠି ଋଶିକେଶ ଯାଇଥିବା ବେଳେ ଉଠା ଯାଇଥିଲା । ଶେଖାୱତଙ୍କ ଅନୁସାରେ ଶେରୁ ସେମାନଙ୍କ ସହିତ ଋଶିକେଶରେ ଗଙ୍ଗା ନଦୀରେ ବୁଡ ମଧ୍ୟ ପକାଇଥିଲେ ।

ସୋଭିଏତ ସଂଘ ବିରୋଧରେ ଯୁଦ୍ଧ

ସୋଭିଏତ ସଂଘ ଆଫଗାନିସ୍ତାନ ଅଧିକାର କରିବା ପରେ ଶେରୁ ଆଫଗାନିସ୍ତାନୀ ସେନାଛାଡି ବିଦ୍ରୋହୀ ମୁଜାହିଦ୍ଦିନଙ୍କ ସହିତ ଯୋଗ ଦେଇଥଇଲେ । ସୋଭିଏତ ସଂଘର ପ୍ରତ୍ୟାବର୍ତ୍ତନ ସହିତ ଆଫଗାନିସ୍ତାନରେ ମୁଜାହିଦ୍ଦିନଙ୍କ ସରକାର ଗଠନ ହୋଇଥିଲା । କିନ୍ତୁ ଏହି ସରକାର ଅଳ୍ପ ଦିନ ମଧ୍ୟରେ ଲୋକଙ୍କ ବିଶ୍ୱାସ ହରାଇଥିଲା ଏହାପରେ ଶେରୁ ତାଲିବାନରେ ଯୋଗ ଦେଇଥିଲେ । ତାଲିବାନର ପ୍ରଥମ ପାଳି ସରକାରରେ ସେ ଡେପୁଟି ବୈଦେଶିକ ମନ୍ତ୍ରୀ ରହିଥିଲେ । ସେତେବେଳର ଆମେରିକା ରାଷ୍ଟ୍ରପତି ୱିଲ୍ କ୍ଲିଣ୍ଟନଙ୍କ ସହିତ ଆଲୋଚନା ପାଇଁ ୱାଂସିଟନ ଯାଇଥିବା ପ୍ରତିନିଧି ମଣ୍ଡଳରେ ଶେରୁ ସାମିଲ ଥିଲେ । ୨୦୧୫ରେ ତାଲିବାନ ଆମେରିକା ସହିତ ଆଲୋଚନା ପାଇଁ ଦୋହାରେ ଅଫିସ ଖୋଲିଥିଲା । ଏହି ଅଫିସର ମୁଖ୍ୟ ରାଜନୈତିକ ଅଧିକାରୀ ଭାବେ ଶେର ମହମ୍ମଦଙ୍କୁ ତାଲିବାନ ନିଯୁକ୍ତ କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami