ରାଜ୍ୟରେ ଚାଲିବ କେବଳ ନବୀନ ଇଞ୍ଜିନ

Above Post Content

ନୂଆପଡା: ଓଡିଶାରେ କେବଳ ନବୀନ ଇଞ୍ଜିନ ଚାଲିବ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ । ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥିଲା, ସିଙ୍ଗଲ ଇଞ୍ଜିନ ହୋଇଗଲା । ଏବେ ଆଉ ଗୋଟେ ଇଞ୍ଜିନ ଆସିଛି । ଯଦି ଡବଲ ଇଞ୍ଜିନ ଭଲ କାମ କରୁଛି ତେବେ ଗୋଟେ ଇଞ୍ଜିନ କାହିଁକି ବନ୍ଦ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ନୂଆପଡାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ।

Middle post content

ନୂଆପଡାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

After 2nd paragraph post ads

ନୂଆପଡା ଗସ୍ତରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଲୋକଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏହି ଗସ୍ତ ସମୟରେ ବିଭିନ୍ନ ସମାଜ ପକ୍ଷରୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି । ନୂଆପଡାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ୫ଟି ଅଧ୍ୟକ୍ଷ କହିଛନ୍ତି ଯେ, ୨୦୧୯ରେ ନୂଆପଡାବାସୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ ବି ସାଂସଦ ଭାବେ ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚିତ ହୋଇଥିଲେ । ହେଲେ ଏଇ ପାଞ୍ଚ ବର୍ଷ ଧରି ତାଙ୍କୁ ନୂଆପଡାବାସୀ ଦେଖିବାକୁ ପାଇ ନ ଥିଲେ । ନୂଆପଡାରେ ଯଦି ନିଯୁକ୍ତି ସମସ୍ୟା ରହିଛି ତେବେ ସାଂସଦ କାହିଁକି ନୂଆପଡାରେ ଦକ୍ଷତା ବିକାଶ କେନ୍ଦ୍ର କଲେ ନାହିଁ । ସେହିଭଳି ନୂଆପଡା-ଭବାନୀପାଟଣାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବେ ବି ଦୁଇ ଥାକିଆ ଅଛି । ହେଲେ ରାଜ୍ୟ ସରକାର ଚାରିଥାକିଆ ବିଜୁ ଏକ୍ସପ୍ରେସ ୱେ କରୁଛନ୍ତି । ଏହା ପ୍ରାମାଣିତ କରୁଛି ଯେ, ନୂଆପଡାର ବିକାଶ ନେଇ ୨୦୧୯ରେ ନିର୍ବାଚିତ ସାଂସଦ ନୂଆପଡାର ବିକାଶ ପାଇଁ କୌଣସି କାମ କରିନାହାଁନ୍ତି । କିନ୍ତୁ ଲୋକଙ୍କ ପାଖରେ ଉତ୍ତରଦାୟୀ ବିଜେଡି ସରକାର ସବୁବେଳେ ନୂଆପଡାର ବିକାଶକୁ ଗୁରୁତ୍ୱ ଦେଇଆସୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami