ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ କ’ଣ ? କାହିଁକି କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ଏହି ସଂଗଠନ ?

Above Post Content

ଗୁରୁବାର ଦିନ ଦେଶର ୧୦ ଟି ରାଜ୍ୟରେ ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ଏନଆଇଏ ଏକ କାଳୀନ ଗୋଟିଏ ସଂଗଠନର ବିଭିନ୍ନ ଅଫିସ ଉପରେ ଚଢାଉ କରିଥିଲା । ଯାହା ଭିତରେ ଏହି ସଂଗଠନର ମୁଖ୍ୟାଳୟ ମଧ୍ୟ ସାମିଲ ଥିଲା । ସଂଗଠନର ନାମ ହେଉଛି ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ-ସର୍ଟକଟରେ ପିଏଫ୍ଆଇ । ଚଢ଼ାଉ ସହିତ ଏନଆଇଏ ପିଏଫ୍ଆଇର ଅଧ୍ୟକ୍ଷ ଓଏମଏ ସଲାମକୁ ମଧ୍ୟ ଗିରଫ କରିଛି । ତେବେ କ’ଣ ପାଇଁ ଏହି ସଂଗଠନ ଏନଆଇଏର ରାଡାର ଭିତରକୁ ଆସିଥିଲା ? କିଏ ଏହି ସଲାମ ? ଆସନ୍ତୁ ଜାଣିବା ପିଏଫଆଇର ଡିଏନଏ କ’ଣ କାହିଁକି ଏହାକୁ ଭାରତର ଅଖଣ୍ଡତା ପାଇଁ ବିପଜ୍ଜନକ ବୋଲି ମନା ଯାଉଛି

କେବେ ପ୍ରତିଷ୍ଠା ହୋଇଥିଲା ପିଏଫଆଇ ?

After 2nd paragraph post ads

୨୦୦୬ ମସିହାରେ ପିଏଫଆଇ ଆତ୍ମପ୍ରକାଶ କରିଥିଲା ୨୦୦୬ ମସିହାରେ ଦକ୍ଷୀଣ ଭାରତର ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟର ନୂଆ ଅବତାର ଥିଲା ପିଏଫଆଇ କେରଳର କାଲିକଟରୁ ଏହାର ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାର ମୁଖ୍ୟାଳୟ ଦିଲ୍ଲୀର ସାହିନବାଗରେ ରହିଛିଦେଶର ୨୩ ରାଜ୍ୟରେ ସଂଗଠନ ଥିବା ଦାବି କରେ ପିଏଫଆଇ ୧୯୯୨ ମସିହାରେ ବାବ୍ରି ମସଜିଦ ଧ୍ୱଂସ ପରେ ଦକ୍ଷୀଣ ଭାରତରେ ରାଷ୍ଟ୍ରୀୟ ବିକାଶ ମୋର୍ଚ୍ଚା,କର୍ଣ୍ଣାଟକ ଫୋରମ୍ ଫରେ ଡିଗ୍ନିଟି ଓ ତାମିଲନାଡୁରେ ମନିଥା ନୀତି ପାସାରୀ ଭଳି ସଂଗଠନ ମୁଣ୍ଡ ଟେକିଥିଲେ । ୨୦୦୬ରେ ଏହି ତିନି ସଂଗଠନର ବିଲୟ ହୋଇ ପିଏଫଆଇର ଜନ୍ମ ହୋଇଥିଲା

Middle post content

ସଂଗଠନର ମୁଖ୍ୟ ଓମା ସାଲାମ କିଏ ?

ପିଏଫଆଇର ମୁଖ୍ୟ ହେଉଛି ଓମା ସଲାମପୁରା ନାମ ହେଉଛି ମହମ୍ମଦ ଅବଦୁଲ ସଲାମ ଓବନଗଲପିଏଫଆଇରେ ତାକୁ ଓଏମଏ ସଲାମ କିମ୍ବା ଓମା ସଲାମ ନାମରେ ଜଣା ଯାଏ କେରଳ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀରୁ ଭାରତର ସବୁଠାରୁ ମୌଳବାଦୀ ଇସଲାମିକ ସଂଗଠନର ମୁଖ୍ୟ ଭାବେ ଓମା ସଲାମର ଯାତ୍ରା ବେସ ବିବାଦୀୟ୨୦୨୦ ଡିସେମ୍ବର ମାସରେ କେରଳ ସରକାର ତାକୁ ଚାକିରିରୁ ବରଖାସ୍ତ କରିଥିଲେ । ସଂଦିଗ୍ଧ ଗତିବିଧିରେ ଲିପ୍ତ ରହିବା ସହିତ ବିଦେଶରୁ ଚାନ୍ଦା ଆଦାୟ ଅଭିଯୋଗରେ ସଲାମକୁ ଚାକିରିରୁ ବରଖାସ୍ତ କରାଯାଇଥିଲା । ବିନା ପୂର୍ବ ଅନୁମତିରେ ସଲାମ ବିଦେଶ ଯାଇଥିବା ଅଭିଯୋଗ ମଧ୍ୟ ରହିଛିପିଏଫଆଇ ମଧ୍ୟପ୍ରାଚ୍ୟର ମୁସଲିମ୍ ରାଷ୍ଟ୍ରଙ୍କଠାରୁ ଚାନ୍ଦ ସଂଗ୍ରହ କରିଥାଏ । ଏହି ଚାନ୍ଦାକୁ ଆତଙ୍କବାଦୀ ଗତିବିଧି ପାଇଁ ବ୍ୟବହାର କରାଯାଏ ବୋଲି ଅଭିଯୋଗ ହୁଏ ।

ଲଭ୍ ଜିହାଦଠାରୁ ହିଜବ ବିବାଦ,,ସବୁଥିରେ ପିଏଫଆଇ ଛାପ

ପିଏଫଆଇକୁ ଅନେକ ସମୟରେ ବ୍ୟାନ୍ କରିବାକୁ ଦାବି ଉଠିଛି୨୦୧୨ ମସିହାରେ ପ୍ରଥମେ ଏହାକୁ ପ୍ରତିବନ୍ଧିତ କରିବାକୁ ଦାବି କରାଯାଇଥିଲା । କିନ୍ତୁ ତତ୍କାଳୀନ କଂଗ୍ରେସ ସରକାର ଏହି ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ । ୨୦୧୭ ମସିହାରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ଏହି ସଂଗଠନକୁ ପ୍ରତିବନ୍ଧିତ କରିବାକୁ ଦାବି କରିଥିଲେ । ସେହିଭଳି ଆସାମ ସରକାର ମଧ୍ୟ ଏହାକୁ ବ୍ୟାନ କରାଯିବା ସପକ୍ଷରେ ଥିଲେକେରଳରେ ଅନେକ ହିନ୍ଦୁବାଦୀ ନେତାଙ୍କ ହତ୍ୟା ପଛରେ ପିଏଫଆଇର ହାତ ଥିବା ଅଭିଯୋଗ ହୁଏକର୍ଣ୍ଣାଟକରୁ ମଧ୍ୟ ସେହିଭଳି ଅଭିଯୋଗ ଆସୁଛି । ଲଭ୍ ଜିହାଦର ଦୁଇଟି ମାମଲାରେ ପିଏଫଆଇର ସଂପୃକ୍ତି ଥିବାର ପ୍ରମାଣ ମିଳିଥିଲାକର୍ଣ୍ଣାଟକରେ ଗତ କିଛି ଦିନ ଧରି ଚାଲିଥିବା ହିଜବ କାଣ୍ଡ ପଛରେ ପିଏଫଆଇ ମୁଖ୍ୟ ରଣନୀତିକାର ବୋଲି କୁହାଯାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami