ସିଦ୍ଦରମୈୟାଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ‘ହିଜାବ୍‌’ ପିନ୍ଧି ସବୁ ସ୍ଥାନକୁ ଯାଇ ପାରିବେ ମହିଳା

Above Post Content

ବେଙ୍ଗାଲୁରୁ: ‘ହିଜାବ୍‌’ ଉପରୁ ହଟିଲା କଟକଣା । ‘ହିଜାବ୍‌’ ପିନ୍ଧି ସବୁ ସ୍ଥାନକୁ ଯାଇ ପାରିବେ ମହିଳା । ରାଜ୍ୟରେ ‘ହିଜାବ୍‌’ ନିଷେଧାଦେଶ ଉପରେ କୌଣସି ବାଧ୍ୟବାଧ୍ୟକତା ନାହିଁ, ମହିଳାମାନଙ୍କର ଯାହା ଇଚ୍ଛା ହେଉଛି ସେମାନେ ତାହା ପିନ୍ଧନ୍ତୁ ବୋଲି ଶୁକ୍ରବାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ।

ହିଜାବ ଉପରୁ ନିଷେଧାଜ୍ଞା ଉଠାଇବାକୁ ନିର୍ଦ୍ଦେଶ

After 2nd paragraph post ads
Middle post content

ମହୀଶୂରରେ ଆୟୋଜିତ ଜନସମାବେଶରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଲେ, ‘ହିଜାବ୍‌’ ଉପରେ ଆଉ ନିଷେଧାଜ୍ଞା ନାହିଁ । ମହିଳାମାନେ ‘ହିଜାବ୍‌’ ପିନ୍ଧି ଯେକୌଣସି ସ୍ଥାନକୁ ଯାଇ ପାରିବେ । ନିଷେଧାଜ୍ଞା ଉଠାଇ ଦେବା ଲାଗି ମୁଁ ନିର୍ଦ୍ଦେଶ ଦେଇଛି । ଆପଣମାନେ କ’ଣ ପିନ୍ଧିବେ ଓ କ’ଣ ଖାଇବେ ତାହା ଆପଣମାନଙ୍କ ପସନ୍ଦ ଉପରେ ନିର୍ଭର କରେ । ମୁଁ କାହିଁକି ବାଧା ଦେବି? ରାଜ୍ୟବାସୀ ଅବାଧରେ ନିଜ ଇଚ୍ଛାନୁସାରେ ପୋଷାକପତ୍ର ପିନ୍ଧିବା ସହିତ ମନପସନ୍ଦର ଜିନିଷ ଖାଇପାରିବେ । ଯାହା ଇଚ୍ଛା ତାହା ପିନ୍ଧ । ଯାହା ଇଚ୍ଛା ତାହା ଖାଅ । ମୋର ଯାହା ଇଚ୍ଛା ମୁଁ ଖାଇବି, ଆପଣଙ୍କର ଯାହା ଇଚ୍ଛା ତାହା ଖାଆନ୍ତୁ । ମୁଁ ଧୋତି ପିନ୍ଧୁଛି, ଆପଣମାନେ ପ୍ୟାଣ୍ଟ୍ ସାର୍ଟ ପିନ୍ଧୁଛନ୍ତି । ସେଥିରେ ଅସୁବିଧା କ’ଣ?

‘ହିଜାବ୍‌’ ପରିଧାନ ନିଷିଦ୍ଧ କରିବାରୁ ରାଜ୍ୟବ୍ୟାପି ହୋଇଥିଲା ପ୍ରତିବାଦ

୨୦୨୨ରେ ମୁଖ୍ୟମନ୍ତ୍ରୀ ବି. ବୋମ୍ମାଇଙ୍କ ନେତୃତ୍ୱାଧୀନ ‘ବିଜେପି’ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ହିଜାବ୍‌’ ପରିଧାନ ନିଷିଦ୍ଧ କରିବାରୁ ରାଜ୍ୟବ୍ୟାପି ପ୍ରତିବାଦ ଚାଲିଥିଲା । ଏହି ନିଷେଧାଜ୍ଞା ବିରୋଧରେ କେତେକ ଛାତ୍ରୀ ଅଦାଲତରେ ପିଟିସନ୍ ଦାଏର କରିଥିଲେ । ପିଟିସନ୍‌ର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିଷେଧାଜ୍ଞାକୁ କାଏମ ରଖି କହିଥିଲେ ଯେ, ‘ହିଜାବ୍‌’ ପିନ୍ଧିବା ଇସ୍‌ଲାମ୍‌ର ପ୍ରମୁଖ ଧାର୍ମିକ ପରମ୍ପରା ନୁହେଁ । ଶିକ୍ଷା ପ୍ରତିଷ୍ଠାନ ସବୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରେସ୍‌କୋଡ୍ ନିର୍ଦ୍ଧାରଣ କରିପାରିବେ । ତା’ପରେ ଏହି ମାମଲା ସୁପ୍ରିମ୍ କୋର୍ଟକୁ ଯାଇଥିଲା । ସେଠାରେ ଜଣେ ବିଚାରପତି କହିଲେ ଯେ, ସ୍କୁଲ୍ ‘ୟୁନିଫର୍ମ’ ନିର୍ଦ୍ଧାରଣ କରିବା ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱାଧୀନ । ଆଉ ଜଣେ ବିଚାରପତି କହିଲେ ଯେ, ‘ହିଜାବ’ ପରିଧାନ ବ୍ୟକ୍ତିବିଶେଷଙ୍କ ପସନ୍ଦର ପ୍ରସଙ୍ଗ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami