ପ୍ରବଳ ଶୀତ ଯୋଗୁ ରାଜ୍ୟରେ ବନ୍ଦ ରହିବ ସ୍କୁଲ, ଘୋଷଣା କଲେ ସରକାର

Above Post Content

ଚଣ୍ଡିଗଡ: ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଦିନବେଳେ ବିନା ଶୀତ ପୋଷାକରେ ରହି ହେଉନି । ସେହିପରି ପ୍ରବଳ ଶୀତ ହେତୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ପୂର୍ବାହ୍ନ ୧୦ଟା ଯାଏଁ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି । ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁୟାରୀ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣା ସରକାର ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଜାନୁୟାରୀ ୧୬ରୁ ସମସ୍ତ ସ୍କୁଲଗୁଡିକ ଖୋଲିବ । ରାଜ୍ୟର ସମସ୍ତ ଜିଲାର ଜିଲା ଶିକ୍ଷା ଅଧିକାରୀ, ଜିଲା ମୌଳିକ ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ହରିୟାଣା ଶିକ୍ଷା ବିଭାଗ ଏକ ଚିଠି ଜାରି କରିଛି ।

Middle post content

ପ୍ରତିବର୍ଷ ଶୀତଦିନେ  ଛୁଟି ଘୋଷଣା କରାଯାଏ

After 2nd paragraph post ads

ସୂଚନାଯୋଗ୍ୟ, ହରିୟାଣା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଶୀତଦିନେ ୧୫ଦିନ ସ୍କୁଲ ଛୁଟି ଘୋଷଣା କରାଯାଏ । ଏହି କ୍ରମରେ ହରିୟାଣା ସରକାର ଏକ ଚିଠି ଜାରି କରି ଶୀତକାଳୀନ ଛୁଟି ଘୋଷଣା କରିଛନ୍ତି । ଚିଠି ଅନୁଯାୟୀ, ରାଜ୍ୟର ସମସ୍ତ ଜିଲାର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଛୁଟି ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami