ଚୀନ ସୀମାରେ ଭାରତୀୟ ସେନାର ଶସ୍ତ୍ରପୂଜା, ଯୋଗ ଦେଲେ ରାଜନାଥ

Above Post Content

ତୱାଙ୍ଗ : ବିଜୟାଦଶମୀ ଅବସରରେ ଭାରତୀୟ ସେନାର ଶସ୍ତ୍ରପୂଜା । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶସ୍ତ୍ର ପୂଜା କରିଛନ୍ତି । ଏହି ଅବସରରେ ସେ ଭାରତୀୟ ସୈନିକମାନଙ୍କୁ କହିଛନ୍ତି ଯେ, ସେମାନେ ଦେଶର ସୁରକ୍ଷା ପାଇଁ ଯେଉଁ କଠିନ ପରିସ୍ଥିତିରେ ଦାୟିତ୍ୱ ନେଉଛନ୍ତି ସେଥିପାଇଁ ସେ ଗର୍ବିତ । ଅଧିକାଂଶ ଯବାନଙ୍କର ଥରେ ସେନାରେ କାମ କରିବାର ଇଚ୍ଛା ଥାଏ । ରାଜନୀତିରେ ନେତାମାନେ ମଧ୍ୟ ଚାହୁଁଛନ୍ତି ଯେ ଟେରିଟୋରିଆଲ ଆର୍ମି ଜରିଆରେ ସେନା ୟୁନିଫର୍ମ ତାଙ୍କ ଶରୀରକୁ ଆସୁ । ଦେଶର ନାଗରିକମାନେ ଏହି ୟୁନିଫର୍ମର ମହତ୍ତ୍ୱ ଜାଣିଛନ୍ତି ।

Middle post content

ଭାରତ ଅସ୍ତ୍ରଶସ୍ତ୍ର କରୁଛି ରତ୍ପାନୀ

After 2nd paragraph post ads

ଯଦି ଗାଁର କୌଣସି ସାଧାରଣ ଲୋକ ଭୁଲ କଥାକୁ ଗ୍ରହଣ କରେନାହିଁ, ତେବେ ଲୋକେ ତାହାକୁ ଫୌଜି ସ୍ୱଭାବର ବ୍ୟକ୍ତି ବୋଲି କହନ୍ତି । ଏହା ହେଉଛି ଦେଶର ସୈନିକଙ୍କ ପ୍ରତି ଲୋକଙ୍କ ସମ୍ମାନ । ଅନ୍ତର୍ଜାତୀୟ ସ୍ତରରେ ଭାରତର ମାନ ବୃଦ୍ଧି ପାଇଛି । ଯଦି ସେନା ଦେଶର ସୀମାକୁ ସୁରକ୍ଷା ଦେଇନଥାନ୍ତେ, ତେବେ ବିଶ୍ୱରେ ଭାରତର ସ୍ଥିତି ସମାନ ହୋଇନଥାନ୍ତା । ପୂର୍ବରୁ ଭାରତ ଅନେକ ଦେଶରୁ ଅସ୍ତ୍ରଶସ୍ତ୍ର କିଣୁଥିଲା । ଆଜି ଆମେ ୨୦ ହଜାର କୋଟିରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ରପ୍ତାନି କରୁଛୁ । ଆମେ ମଧ୍ୟ ଭାରତକୁ ବିଦେଶୀ ଜ୍ଞାନକୌଶଳ ଆଣିବାକୁ ଚେଷ୍ଟା କରୁଛୁ ଏବଂ ଏଥିରେ ଭାରତର ଲୋକମାନଙ୍କର ମଧ୍ୟ ହାତ ରହିବା ଉଚିତ୍ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami