ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’: ଉପକୂଳ ଓଡ଼ିଶାରେ ବର୍ଷା

Above Post Content

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ‘ହାମୁନ’ । ବଙ୍ଗୋପସାଗର ମଧ୍ୟରେ ନେଇ ବଳ ଗୋଟାଉଛି । ବର୍ତ୍ତମାନ ଏହା ପାରାଦୀପଠାରୁ ୨୦୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛିଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଗତି କରୁଛି । ଦୀଘା ଠାରୁ ୨୧୦ କିଲୋମିଟର ଓ ଖେପୁପଡ଼ା ଠାରୁ ୨୫୦ କିଲୋମିଟର ଦୂରରେ ରହିଛି । ବର୍ତ୍ତମାନ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ହାମୁନ ।

Middle post content

୨୬ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ମନା

After 2nd paragraph post ads

ଆଗାମୀ ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ସୁଦ୍ଧା ଖେପୁପଡ଼ା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଗଭୀର ଅବପାତର ରୂପ ନେଇ ସ୍ଥଳ ଭାଗ ଛୁଇଁବ । ଏହାର ପ୍ରଭାବରେ ଆଜି ଉତ୍ତର ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ ବର୍ଷା ହେବ । ବାକି ଜିଲ୍ଲାରେ ପାଗ କୋହଲା ରହିବ । ସମୁଦ୍ର ଅଶାନ୍ତ ଥିବାରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହାସହ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami