ଅଯୋଧ୍ୟାରେ ଖୋଲିବ ‘ଶାକାହାରୀ’ କେଏଫସି

Above Post Content

ଅଯୋଧ୍ୟା : ଗତ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିପାଇଁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ଏଭଳି ସ୍ଥିତିରେ ଖାଦ୍ୟ କମ୍ପାନିଗୁଡ଼ିକ ମଧ୍ୟ ନିଜର ଆଉଟଲେଟ୍ ଖୋଲିବା ପାଇଁ ନିରନ୍ତର ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ଖୋଲିଥିବା ବହୁରାଷ୍ଟ୍ରୀୟ ଫୁଡ୍ ଚେନ୍ ଡୋମିନୋଜର ବିପୁଳ ସଫଳତା ପରେ ଏବେ ଅଯୋଧ୍ୟାକୁ ଆସିପାରେ ଆମେରିକାର କେଣ୍ଟୁକି ଫ୍ରାଇଡ୍ ଚିକେନ୍ (କେଏଫସି) । ତେବେ ନିଜର ଆମିଷ ଖାଦ୍ୟ ପାଇଁ ପ୍ରସିଦ୍ଧ କେଏଫସି କିପରି ଅଯୋଧ୍ୟାରେ ନିଜର ଆଉଟଲେଟ ଖୋଲିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସ୍ଥାନୀୟ ପ୍ରଶାସନର ମତରେ କେଏଫସି ଯଦି ନିରାମିଷ ଖାଦ୍ୟ ବିକ୍ରି କରେ ତେବେ ସେମାନଙ୍କୁ ଅନୁମତି ଦିଆଯାଇପାରିବ ।

Middle post content

ରାମ ମନ୍ଦିରର ୧୫ କିମି ପର୍ଯ୍ୟନ୍ତ ଆମିଷ ବିକ୍ରି ମନା

After 2nd paragraph post ads

ଅଯୋଧ୍ୟାର ଜଣେ ସରକାରୀ ଅଧିକାରୀ ବିଶାଲ ସିଂହ କହିଛନ୍ତି, ଅଯୋଧ୍ୟା-ଲକ୍ଷ୍ନୌ ରାଜପଥରେ କେଏଫସି ଏହାର ୟୁନିଟ୍ ସ୍ଥାପନ କରିଛି । ଆମେ ଅଯୋଧ୍ୟାରେ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦେଉନାହୁଁ । ଯଦି ସେମାନେ କେବଳ ନିରାମିଷ ସାମଗ୍ରୀ ବିକ୍ରି କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଆମେ ଅଯୋଧ୍ୟାରେ କେଏଫସିକୁ ଜାଗା ଦେବାକୁ ପ୍ରସ୍ତୁତ । ସୂଚନାଯୋଗ୍ୟ ଯେ, ରାମାୟଣ ସହ ଜଡିତ ତୀର୍ଥସ୍ଥଳ ଅଯୋଧ୍ୟା ଚାରିପଟେ ୧୫ କିଲୋମିଟର ପର୍ଯ୍ୟନ୍ତ ଥିବା ପଞ୍ଚ କୋଶୀ ପରିକ୍ରମା ମଧ୍ୟରେ ଆମିଷ ଖାଦ୍ୟକୁ ଅନୁମତି ଦିଆଯାଉନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami