ମେଟାଭର୍ସର ସହାୟତାରେ ହେବ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରସାର

Above Post Content

ଭୁବନେଶ୍ୱର: ବଦଳୁଛି ଓଡିଶା । ରାଜ୍ୟରେ ସବୁଠି ବିକାଶର ପାଦ ଚିହ୍ନ । ସ୍ୱାସ୍ଥ୍ୟ ଶିକ୍ଷାଠାରୁ ଆରମ୍ଭ କରି ପର୍ଯ୍ୟଟନର ବିକାଶ । ୫ ଟି ଅଧୀନରେ ଆଗେଇ ଚାଲିଛି ଏହି ବିକାଶ କାର୍ଯ୍ୟ । ତେବେ ଏହାରି ଭିତରେ ସମୟ ସହ ତାଳ ଦେଇ ଡିଜିଟାଲାଇଜେସନ କ୍ଷେତ୍ରରେ ବି ପଛରେ ପଡିବାକୁ ଚାହୁଁନାହିଁ ଓଡ଼ିଶା । ଏ କ୍ଷେତ୍ରରେ ବି ଓଡ଼ିଶା ଆଗେଇ ଚାଲିଛି । ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ମଧ୍ୟ ଟେକ୍ନୋଲୋଜିର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସଦ୍ୟ ସମାପ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଟେକ୍ନୋଲୋଜି ପ୍ରୟୋଗ କରି ଓଡ଼ିଶାର ସମୃଦ୍ଧ ଭାଷା,ସଂସ୍କୃତି, ସାହିତ୍ୟ, ପରମ୍ପରା ଓ ଐତିହ୍ୟର ପ୍ରଚାର ପ୍ରସାର କରିବାକୁ ଉଦ୍ୟମ କରାଯାଇଥିଲା । ଏଥିପାଇଁ ମେଟାଭର୍ସ ଡିଜିଟାଲ୍ ପ୍ଲାଟଫର୍ମର ସହାୟତା ନିଆଯାଇଥିଲା ।

Middle post content

ଓଡ଼ିଆ ଭାଷା ସମ୍ମିଳନୀରେ ବେଶ୍ ଆଦୃତ ହୋଇଛି ଡିଜିଟାଲ ପ୍ଲାଟଫର୍ମ

After 2nd paragraph post ads

୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜେ ଏ ଦିଗରେ ଉଦ୍ୟମ କରିଥିଲେ । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଏହି ଡିଜିଟାଲ ପ୍ଲାଟଫର୍ମ ବେଶ୍ ଚର୍ଚ୍ଚିତ ହେବା ସହ ଆଦୃତ ହୋଇଛି । ଏପରି ଏକ ହାଇଟେକ୍ ବ୍ୟବସ୍ଥା ପାଇଁ ପାଣ୍ଡିଆନଙ୍କୁ ପ୍ରଶଂସା କରାଯାଉଛି । ସୋସିଆଲ ମିଡିଆରେ ଏଭଳି ଉଦ୍ୟମ ବେଶ୍ ପ୍ରଶଂସିତ ହେଉଛି । ସୋସିଆଲ ମିଡିଆ ‘ଏକ୍ସ’ରେ #VKPandianInMetaverse ର ଏକ ନମ୍ବରରେ ଟ୍ରେଣ୍ଡ କରୁଥିବାର ଦେଖିବାକୁ ମିଳିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami