କୋଟି କୋଟି ଟଙ୍କାର ମାଲିକାଣୀ ଅଭିନେତ୍ରୀ

Above Post Content

ମୁମ୍ବାଇ :ବିବାଦ ସହ ଉର୍ଫି ଜାଭେଦଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି । ନିକଟରେ ନିଜ ଗିରଫ ହେବାର ନକଲି ଭିଡିଓ ଭାଇରାଲ କରି ଉର୍ଫି ପୁଣିଥରେ ହେଡ୍ ଲାଇନରେ ରହିଛନ୍ତି । ବର୍ତ୍ତମାନ ମୁମ୍ବାଇ ପୋଲିସ ଏନେଇ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିଛି ଏବଂ ନକଲି ଭିଡିଓ ତିଆରି ମାମଲାରେ ଉର୍ଫିଙ୍କ ବିରୋଧରେ ଏଫ୍‌ଆଇଆର୍ ମଧ୍ୟ ରୁଜୁ କରିଛି । ଉର୍ଫି ଜାଭେଦ ପ୍ରତିଦିନ କିଛି ନା କିଛି ଏପରି କାମ କରନ୍ତି, ଯେଉଁଥିପାଇଁ ସେ ସବୁ ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ଭିନ୍ନ ଢଙ୍ଗର ଫ୍ୟାଶନ୍ କାରଣରୁ, ସେ ଅନେକ ସମୟରେ ଟ୍ରୋଲର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଅନେକ ସମୟରେ ବିବାଦରେ ରହୁଥିବା ଉର୍ଫିଙ୍କ ଇନକମ ବିଷୟରେ ।

Middle post content

ସବୁବେଳେ ବିବାଦରେ ରହିଥାନ୍ତି ଉର୍ଫି

After 2nd paragraph post ads

ଉର୍ଫି ତାଙ୍କର ଉତପଟାଙ୍ଗ ଡ୍ରେସିଂ ସେନ୍ସ ପାଇଁ ଖୁବ ଫେମସ । ସେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଲକ୍ଷ୍ନୌର ବାସିନ୍ଦା । ଲକ୍ଷ୍ନୌର ଏମିଟି ୟୁନିଭର୍ସିଟିରୁ ମାସ୍ କମ୍ୟୁନିକେସନ୍ କରିଛନ୍ତି । ଦୁର୍ଗା, ସାଥ ଫେରୋ କି ହେରା ଫେରି, ଜିଜି ମା ଭଳି ଅନେକ ସିରିଏଲରେ କାମ କରିଥିବା ଉର୍ଫି ଜାଭେଦଙ୍କର ଇନକମ କୋଟି କୋଟି ଟଙ୍କାର ରହିଛି । ସେ ବିଗବସ୍ ଓଟିଟି ୧ ରେ ମଧ୍ୟ ନଜର ଆସିଥିଲେ । ତାଙ୍କ ପାଖରେ ଏକ ଜିପ୍ କମ୍ପାସ ଏସୟୁଭି କାର ଅଛି, ଯାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା । ମିଡିଆ ରିପୋର୍ଟ ଅନୁଯାୟୀ ଉର୍ଫିଙ୍କ ନେଟ୍ ୱର୍ଥ ପ୍ରାୟ ୨୧ ମିଲିୟନ ଡଲାର ଅର୍ଥାତ ୧୭୩ କୋଟି ଟଙ୍କା । ଫଟୋ ସୁଟ୍‌, ଭିଡିଓ, ଇନଷ୍ଟାଗ୍ରାମ ରିଲ, ମଡେଲିଂ, ଆକ୍ଟିଂ ଏବଂ ବ୍ରାଣ୍ଡ ଆଡଭର୍ଟାଇଜ୍‌ମେଣ୍ଟ ପାଇଁ ମଧ୍ୟ ଉର୍ଫି ଭଲ ଫି’ ଚାର୍ଜ କରନ୍ତି । ସେ ସିରିଏଲର ଗୋଟେ ଏପିସୋଡ୍ ପାଇଁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି । ସୂଚନା ମୁତାବକ, ଉର୍ଫିଙ୍କ ବାର୍ଷିକ ଆୟ ୨୨ କୋଟି ଟଙ୍କାରୁ ଅଧିକ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami