ଜନ୍ମଦିନରେ ସୁନାର କେକ୍ କାଟିଲେ ଉର୍ବଶୀ

Above Post Content

ମୁମ୍ବାଇ: ମ୍ୟୁଜିକ୍ ଭିଡିଓ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା । ତାଙ୍କ ଷ୍ଟାଇଲ ଓ ନୃତ୍ୟଶୈଳୀ ପାଇଁ ସେ ବେଶ୍ ଲୋକପ୍ରିୟ । ବଲିଉଡରେ ଏତେଟା କମାଲ କରି ନ ପାରିଥିଲେ ବି ନିଜର ନୃତ୍ୟ ମାଧ୍ୟମରେ ଲୋକଙ୍କ ହୃଦୟରେ ଘର କରିପାରିଛନ୍ତି ଉର୍ବଶୀ । ଅନେକ ସମୟରେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ଏବେ ସେମିତି ଉର୍ବଶୀଙ୍କ ଆଉ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ସେ ୩କୋଟି ଟଙ୍କାର କେକ୍ କାଟୁଥିବାର ନଜର ଆସିଛି । ଯାହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ।

ହନି ସିଂଙ୍କ ଦାମୀ ଉପହାରକୁ ନେଇ ଚର୍ଚ୍ଚା

After 2nd paragraph post ads
Middle post content

ଫେବ୍ରୁଆରି ୨୫ରେ ଉର୍ବଶୀ ତାଙ୍କର ୩୦ତମ ଜନ୍ମଦିନ ପାଳନ କରିଥିଲେ । ନିଜ ଜନ୍ମଦିନକୁ ସେ ଏକ ନିଆରା ଢ଼ଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ବିଶେଷ କରି ରାପର ୟୋ ୟୋ ହନି ସିଂ ତାଙ୍କୁ ଦେଇଥିବା ଉପହାରକୁ ନେଇ ଚର୍ଚ୍ଚା ଚାଲିଛି । କୁହାଯାଉଛି ଯେ, ହନି ସିଂ ତାଙ୍କ ଜନ୍ମଦିନରେ ଉର୍ବଶୀଙ୍କୁ ଏକ ସୁନାର କେକ୍ ଦେଇଛନ୍ତି । ଉର୍ବଶୀଙ୍କ ଜନ୍ମଦିନ କେକର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ଏକ ହଳଦିଆ ରଙ୍ଗର କେକ୍ କାଟୁଥିବା ଦେଖିବାକୁ ମିଳିଛି । କେକଟି ସୁନାର ଏବଂ ଏହାର ମୂଲ୍ୟ ୩କୋଟି ବୋଲି ଜଣାପଡ଼ିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସ୍ମୃତି କରି ରଖିବାକୁ ମିଳିଛି ସୁନାର କେକ୍‌

ଏଭଳି ଉର୍ବଶୀଙ୍କ ପାଇଁ ୩କୋଟିର କେକ୍ ଆଣିବା ପଛର କାରଣ ଜଣାଇ ହନି ସିଂହ କହିଛନ୍ତି ଯେ, ‘ମୁଁ ଏହି ବିଶେଷ ଦିନ ପାଇଁ କିଛି ବିଶେଷ ଦେବାକୁ ଚାହୁଁଥିଲି । ମୁଁ ତାଙ୍କୁ ଏକ କେକ୍ ଦେଲି ଯାହାର ମୂଲ୍ୟ ୩କୋଟି ଟଙ୍କା ଥିଲା । ମୁଁ ଏହି କେକ୍ କାଟିବା ମୂହୁର୍ତ୍ତକୁ ସ୍ମରଣୀୟ କରିବାକୁ ଚାହୁଁଥିଲି ଯାହା ଦ୍ୱାରା ଲୋକମାନେ ମନେ ରଖିବେ ଯେ କେହି ସେମାନଙ୍କ ସହ-କଳାକାରଙ୍କ ପାଇଁ ଏପରି କିଛି କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami