ଟ୍ରେନ୍‌ରେ ଭେଟିଥିବା ୯ ବର୍ଷିୟ ବାଳକକୁ ଦେଲେ ଲାପ୍‌ଟପ୍

Above Post Content

ନୂଆଦିଲ୍ଲୀ: କଥା ଦେଇ କଥା ରଖିଲେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଟ୍ରେନରେ ଭେଟିଥିବା ୯ ବର୍ଷୀୟ ବାଳକକୁ ଏକ ଲାପ୍‌ଟପ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହା ପୂରଣ କରିଛନ୍ତି । ୪ର୍ଥ ଶ୍ରେଣୀରେ ପଢୁଥିବା କେରଳ ଅନ୍ତର୍ଗତ କୋଚିର ଏହି ବାଳକକୁ ଏକ ଲାପଟପ୍ ଦେଇଛନ୍ତି ।

ସର୍ଜନାତ୍ମକ ଭିଡିଓ ଦେଖାଇଥିଲା ବାଳକ

After 2nd paragraph post ads
Middle post content

କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି: ଦିନେ କେନ୍ଦ୍ରମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍‌ରେ କନ୍ନୁର ଯାତ୍ରା କରୁଥିଲେ । ଟ୍ରେନ୍‌ରେ ତ୍ରିସୁରରୁ କୋଜିକୋଡ଼ ଯିବା ବେଳେ ୯ ବର୍ଷିୟ ପିଲା ଶ୍ରୀରାମ ସହିତ ଦେଖା ହୋଇଥିଲା । ଏହି ଛୋଟ ପିଲାଟି ଖୁସିରେ ସେ ମୋତେ ତା’ ‘ଲାପ୍‌ଟପ୍‌’ରେ କରିଥିବା ସର୍ଜନାତ୍ମକ ଭିଡିଓ ସବୁ ଦେଖାଇଥିଲା । ସେ ସବୁ ଭିଡିଓ ଦେଖି ମୁଁ ମୁଗ୍‌ଧ ହୋଇଯାଇଥିଲି । ତାକୁ ନୂଆ ‘ଲାପ୍‌ଟପ୍‌’ଟିଏ ଦେବି ବୋଲି ପ୍ରତିଶ୍ରୁତି ଦେଇଥିଲି । ଆଜି ସେ ଆଗତୁରା ନୂଆବର୍ଷ ଉପହାର ଭାବେ ନୂଆ ‘ଲାପ୍‌ଟପ୍‌’ଟିଏ ପାଇଲା । ତାକୁ ଓ ତା’ ପରିବାରବର୍ଗଙ୍କ ପ୍ରତି ମୋର ଶୁଭେଚ୍ଛା । ସେ ପଢ଼ାପଢ଼ି କରି ସାଫଲ୍ୟମଣ୍ଡିତ ହୋଇ ତାଙ୍କ ପରିବାରକୁ ଗୌରବାନ୍ୱିତ କରୁ । ଏହାଛଡ଼ା, ତାକୁ ଦିନେ ‘କମ୍ପ୍ୟୁଟର ଟେକ୍ନୋଲୋଜି ପାର୍କ’କୁ ନେବାର ବ୍ୟବସ୍ଥା କରିବେ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

କମ୍ପ୍ୟୁଟର ଟେକ୍ନୋଲୋଜି ପାର୍କକୁ ବୁଲାଇ ନେବାକୁ ପୁଣି ଦେଲେ ପ୍ରତିଶ୍ରୁତି

ସେ ଏହି ବିଶେଷ ଉପହାର ଗ୍ରହଣ କରୁଥିବା ସମୟର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି, କେରଳୀ ସ୍କୁଲ୍ ବାଳକ ଶ୍ରୀରାମ ସ୍ୱେଚ୍ଛାସେବୀମାନଙ୍କଠାରୁ କେନ୍ଦ୍ରମନ୍ତ୍ରୀ ପଠାଇଥିବା ନୂଆ ‘ଲାପ୍‌ଟପ୍‌’ ଗ୍ରହଣ କରୁଛି । ସେମାନେ ତାକୁ ‘ହାପି କ୍ରିସ୍‌ମାସ୍‌’ ଓ ‘ନ୍ୟୁଇୟର’ ବୋଲି କହି ଶୁଭେଚ୍ଛା ଜଣାଉଛନ୍ତି । ତା’ପରେ ଦେଖାଯାଉଛି ଯେ, ଆନନ୍ଦରେ ଶ୍ରୀରାମର ମୁଖ ଉଜ୍ଜ୍ୱଳ ହୋଇ ଉଠୁଛି ଓ ସେ ବଡ଼ ଅଧୀର ହୋଇ ଖୋଳରୁ ‘ଲାପ୍‌ଟପ୍‌’ ବାହାର କରି କହୁଛି, ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ରେ କନ୍ନୁର ଯିବା ବେଳେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଦେଖି ଆଚମ୍ବିତ ହୋଇଗଲି । ସେ ମତେ ଗୋଟାଏ ‘ଲାପ୍‌ଟପ୍‌’ ଦେବା ପାଇଁ ଓ କମ୍ପ୍ୟୁଟର ଟେକ୍ନୋଲୋଜି ପାର୍କକୁ ବୁଲାଇ ନେବାକୁ ପ୍ରତିଶ୍ରୁତି ଦେଲେ । ମୁଁ ଭାରି ଖୁସି ହୋଇଗଲି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami