୨୦୨୪ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବା ପାଇଁ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ମାକ୍ରନ୍‌ଙ୍କୁ ନିମନ୍ତ୍ରଣ

Above Post Content

ନୂଆଦିଲ୍ଲୀ: ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ହେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମନା କରିଦେଇଛନ୍ତିି । ପରେ ଏଥିପାଇଁ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଏମ୍ମାନୁଏଲ୍ ମାକ୍ରନ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ନିବିଡ଼ ସମ୍ପର୍କ ରଖିଥିବା ଫରାସୀ ରାଷ୍ଟ୍ରପତି ଏମ୍ମାନୁଏଲ୍ ମାକ୍ରନ୍ ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ବୋଲି ଉପରୋକ୍ତ ସୂତ୍ର ସୂଚନା ଦେଇଛି ।

Middle post content

ଫ୍ରାନ୍‌ସ୍ ଓ ଭାରତ ମଧ୍ୟରେ ହେବ ସମ୍ପର୍କ ନିବିଡ଼

After 2nd paragraph post ads

ଗତ କିଛି ବର୍ଷ ହେବ ଫ୍ରାନ୍‌ସ୍ ଓ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଦୃଢ଼ ହୋଇଛି । ତେଣୁ ସାଧାରଣତନ୍ତ୍ର ଦିବସ ପରେଡ୍‌କୁ ମାକ୍ରନ୍‌ଙ୍କୁ ନିମନ୍ତ୍ରଣ କରାଯିବା ହେଉଛି ନୂଆଦିଲ୍ଲୀ ଓ ପ୍ୟାରିସ୍‌ର ସମ୍ପର୍କକୁ ଆହୁରି ନିବିଡ଼ କରିବା । ମହାକାଶ, ମାନବ ଅଧିକାର, ପ୍ରତିରକ୍ଷା ବ୍ୟବସ୍ଥା ଓ ଆହୁରି ଅନ୍ୟାନ୍ୟ କ୍ଷେତ୍ରରେ ଫ୍ରାନ୍‌ସ୍ ଭାରତର ମୁଖ୍ୟ ସହଯୋଗୀ ହୋଇ ରହିଛି । ନୌସେନା ଲାଗି ୨୬ଟି ରାଫେଲ୍ ମେରାଇନ୍ ଲଢୁଆ ଜେଟ୍ କିଣିବା ଲାଗି ଭାରତର ୫୦,୦୦୦ କୋଟି ଟଙ୍କାର ‘ଟେଣ୍ଡର’ର ଉତ୍ତର ମଧ୍ୟ ଚଳିତ ସପ୍ତାହ ପ୍ରାରମ୍ଭରେ ଫ୍ରାନ୍‌ସ୍ ଦାଖଲ କରିଛି । ୨୦୧୬ ସାଧାରଣତନ୍ତ୍ର ଦିବସରେ ମଧ୍ୟ ଫରାସୀ ରାଷ୍ଟ୍ରପତି ଫ୍ରାନ୍‌ସିସ୍ ହଲାଣ୍ଡ୍ ମୁଖ୍ୟ ଅତିଥି ହୋଇଥିଲେ । ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ୨୦୨୩ରେ ଆୟୋଜିତ ‘ଜି୨୦ ଶିଖର ସମ୍ମଳନୀ’ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାକୁ ନିମନ୍ତ୍ରଣ କରିଥିଲେ । କିନ୍ତୁ, ସମୟ ଅଭାବ ହେତୁ ସେ ଭାରତ ଗସ୍ତରେ ଆସିପାରିବେ ନାହିଁ ବୋଲି କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami