ଓଡ଼ିଶା ସରକାରଙ୍କ ଜନକୈନ୍ଦ୍ରିକ ବିକାଶକୁ ମିଳିତ ଜାତିସଂଘର ପ୍ରଶଂସା

Above Post Content

ଭୁବନେଶ୍ୱର : ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସାର ପାତ୍ର ହୋଇଛନ୍ତି । ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ମିଲେଟ ମିଶନ, ‘୫-ଟି’ ଉପକ୍ରମ ଆଦି ସମଗ୍ର ବିଶ୍ୱ ପାଇଁ ଉଦାହରଣ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ମିଳିତ ଜାତିସଂଘର ଆବାସିକ ସଂଯୋଜକ ଶୋମ୍ବି ଶାର୍ପ । ଓଡ଼ିଶା ଗସ୍ତରେ ଆସିଥିବା ଜାତିସଂଘ ରେସିଡେଣ୍ଟ କୋଅର୍ଡିନେଟର ଶୋମ୍ବି ସାର୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ । ଓଡିଶାର ବିକାଶ ମାର୍ଗ, ଜାତିସଂଘର ବିଭିନ୍ନ ସଂସ୍ଥା ସହ ସହଭାଗିତା ସମ୍ପର୍କରେ ସେ ଆଲୋଚନା କରିଥିଲେ । ଓଡ଼ିଶା ସରକାରଙ୍କ ସହ ଜାତିସଂଘର ସଫଳ ସହଭାଗିତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ।

ସାରା ଦେଶରେ ରୋଲମଡେଲ ସାଜିଛି ଓଡ଼ିଶା

After 2nd paragraph post ads
Middle post content

ମାନବ ବିକାଶ ସୂଚୀକୁ ବୃଦ୍ଧି କରିବା ଦିଗରେ ରାଜ୍ୟ ସରକାରଙ୍କ ଭୂମିକାକୁ ଶୋମ୍ବି ଶାର୍ପ ପ୍ରଶଂସା କରିଥିଲେ । ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟା ଓଡିଶାକୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି, ଦୃଢ଼ ନେତୃତ୍ୱ ଯୋଗୁ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇପାରିଥିଲା । ସାରା ରାଜ୍ୟରେ ଗୋଷ୍ଠୀଭିତ୍ତିକ ପରିଚାଳନାକୁ ସେ ଶକ୍ତିଶାଳୀ କରିଥିଲେ । ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନାରେ ସାରା ଦେଶରେ ଓଡ଼ିଶା ରୋଲମଡେଲ ସାଜିଛି । ଫାଇଲିନର ସଫଳ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ୨୦୧୩ରେ ଜାତିସଂଘ ସମ୍ମାନିତ କରିଥିଲା । ସେହିପରି ଫନି ବାତ୍ୟାର ସଫଳ ମୁକାବିଲା ଲାଗି ୨୦୧୯ରେ ନ୍ୟୁୟର୍କ ଟାଇମସରେ ପ୍ରକାଶ ପାଇଥିଲା ଫ୍ରଣ୍ଟପେଜ ଆର୍ଟିକଲ ।

ରାଜ୍ୟରେ ଖାଦ୍ୟ ନିରାପତ୍ତା ନେଟୱର୍କ ବିଶାଳ

ଓଡିଶା ସରକାରଙ୍କ ମିଲେଟ ମିଶନକୁ ସେ ପ୍ରଶଂସା କରିବା ସହ ୨୦୨୩କୁ ମିଲେଟ ବର୍ଷ ଭାବେ ଜାତିସଂଘ ଘୋଷଣା କରିବା ପଛରେ ଓଡ଼ିଶାର ଭୂମିକା ରହିଛି ବୋଲି କହିଥିଲେ ସାର୍ପ । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ନମ୍ବର ୱାନ । ରାଜ୍ୟରେ ଖାଦ୍ୟ ନିରାପତ୍ତା ନେଟୱର୍କ ସୁବିଶାଳ । ବିଭିନ୍ନ ଆହାର କେନ୍ଦ୍ରରେ ସମସ୍ତେ ମାତ୍ର ୫ଟଙ୍କାରେ ମିଲସ ପାଇପାରୁଛନ୍ତି । ରାଜ୍ୟରେ ଖାଦ୍ୟ ନିରାପତ୍ତା ସଂକ୍ରାନ୍ତ ଅନୁଭୂତି ଉଲ୍ଲେଖ କରିବା ଲାଗି ଗତ ୨୦୨୨ରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରାଯାଇଥିଲା ଆମନ୍ତ୍ରଣ । ରାଜ୍ୟରେ ୨୦୧୯ରୁ ଚାଲି ଆସିଥିବା ଫାଇଭ-ଟି ବ୍ୟବସ୍ଥାକୁ ନେଇ ସେ ବି ହୋଇଥିଲେ ଶତମୁଖ । ଏହି ବ୍ୟବସ୍ଥା ଯୋଗୁ ରାଜ୍ୟରେ ବ୍ୟାପକ ଅଭିବୃଦ୍ଧି ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami