ଶ୍ୟାମବାବୁ ଲଢ଼ିଛନ୍ତି ୨୧ ଥର ନିର୍ବାଚନ

Above Post Content

ଭୁବନେଶ୍ୱର: ବାପାଙ୍କୁ ଆମେ ବାରମ୍ବାର ବିରୋଧ କରିଛୁ । ସେ କାହାରି କଥା ଶୁଣୁ ନ ଥିଲେ । ଯାହା ଠିକ୍ ଲାଗୁଥିଲା ସେୟା କରୁଥିଲେ । ଘରୋଇ କ୍ଲିନିକ୍ ଜରିଆରେ ଲୋକଙ୍କ ଚିକିତ୍ସା କରି ଯାହା ଆୟ କରିଥିବେ, ସେଥିରୁ ହିଁ ନିର୍ବାଚନ ଲଢ଼ନ୍ତି । ପ୍ରତି ଥର ପରାଜିତ ହେବା ପରେ ବି ସେ ହାରି ନଥା’ନ୍ତି । ପୁଣି ନିର୍ବାଚନ ଆସିଲେ ପ୍ରାର୍ôଥପତ୍ର ଦାଖଲ କରନ୍ତି । ଏମିତି ୨୧ ଥର ନିର୍ବାଚନ ଲଢ଼ିଛନ୍ତି । କିନ୍ତୁ ଚଳିତ ବର୍ଷ ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ । ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି । ତେଣୁ ଏଥର ଆଉ ନିର୍ବାଚନ ଲଢିପାରିବେ ନାହିଁ ବୋଲି କହିଛନ୍ତି ଶ୍ୟାମବାବୁ ସୁବୁଦ୍ଧିଙ୍କ ପୁଅ ପ୍ରଶାନ୍ତ ସୁବୁଦ୍ଧି ।

Middle post content

ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିଥିଲେ ନିର୍ବାଚନ

After 2nd paragraph post ads

୨୦୧୯ ମସିହାରେ ବ୍ରହ୍ମପୁର ଓ ଆସିକା ଲୋକସଭା ନିର୍ବାଚନ ଲଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଗଞ୍ଜାମ ଜିଲ୍ଲାର ହୋମିଓପାଥିକ୍ ଡାକ୍ତର ଶ୍ୟାମବାବୁ ସୁବୁଦ୍ଧି । ସେତେବେଳେ ତାଙ୍କ ବୟସ ଥିଲା ୮୪ ବର୍ଷ । ଏଥି ପୂର୍ବରୁ ୧୯୯୬ ମସିହାରେ ଏକା ସହିତ ବ୍ରହ୍ମପୁର ଲୋକସଭା ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପିଭି ନରସିଂହ ରାଓ ଏବଂ ଆସିକା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ଚର୍ଚ୍ଚିତ ହୋଇଥିଲେ । ଶ୍ୟାମବାବୁଙ୍କ ଜନ୍ମ ପିତଳ ଗାଁରେ । ୨୫ ବର୍ଷରୁ ଅର୍ଥାତ ୧୯୬୧ ମସିହାରେ ସେ ନିଜର ପ୍ରଥମ ନିର୍ବାଚନ ହିଞ୍ଜିଳିରୁ ଲଢି ୭୧୧ଟି ଭୋଟ ପାଇଥିଲେ । ଏହା ପରେ ସେ ଏହି ଆସନରୁ ୧୯୭୧, ୧୯୭୪, ୧୯୭୭ ଓ ୧୯୯୫ ମସିହାରେ ନିର୍ବାଚନ ଲଢ଼ିଥିଲେ । ୧୯୮୫ ଓ ୧୯୯୦ ମସିହାରେ କବିସୂର୍ଯ୍ୟନଗର ଓ ବ୍ରହ୍ମପୁର ବିଧାନସଭାର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ୧୯୭୭ ମସିହାରେ ପ୍ରଥମ କରି ଆସିକା ଲୋକସଭାରେ ପ୍ରାର୍ଥୀ ହୋଇ ୭,୦୪୨ ଭୋଟ ପାଇଥିଲେ । ୧୯୮୦, ୧୯୮୪ ଓ ୧୯୮୯ ମସିହାରେ ମଧ୍ୟ କ୍ରମାଗତ ଭାବରେ ଏହି ଆସନରୁ ଲଢି ହାରି ଯାଇଥିଲେ । ୧୯୯୮ ଓ ୧୯୯୯ ମସିହାରେ ନିର୍ବାଚନ ଲଢିବା ପାଇଁ ବ୍ରହ୍ମପୁର ଲୋକସଭା ଆସନକୁ ବାଛିଥିଲେ । ୧୯୯୧, ୧୯୯୬, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଉଭୟ ଆସନରୁ ଏକାସହିତ ପ୍ରାର୍ଥୀପତ୍ର ଦାଖଲ କରନ୍ତି । ଶ୍ୟାମବାବୁ ନିଜ ନିର୍ବାଚନ ପ୍ରସଙ୍ଗକୁ ପ୍ରଚାରପତ୍ର ଜରିଆରେ ଲୋକଙ୍କ ନିକଟକୁ ପହଞ୍ଚିବାକୁ ଚେଷ୍ଟା କରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami