କେଜ୍ରିୱାଲଙ୍କ ଗିରଫଦାରି ବୈଧ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ

Above Post Content

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅର୍ଥାତ୍ ଏବେ କେଜ୍ରିୱାଲଙ୍କୁ ଜେଲରେ ରହିବାକୁ ପଡ଼ିବ । ହାଇକୋର୍ଟ ଇଡିର ଗିରଫଦାରୀକୁ ବୈଧ ବୋଲି କହିଛନ୍ତି । ଇଡି କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଥିବା କହିଛନ୍ତି । ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକଙ୍କ ଆବେଦନ ର ଶୁଣାଣି କରି ଜଷ୍ଟିସ୍ ସ୍ୱର୍ଣ୍ଣା କାନ୍ତ ଶର୍ମା ଏହି ରାୟ ଶୁଣାଇଛନ୍ତି ।

Middle post content

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ କେଜ୍ରିୱାଲ

After 2nd paragraph post ads

ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ । କେଜ୍ରିୱାଲ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି । ଜଷ୍ଟିସ ଶର୍ମା କହିଛନ୍ତି ଏହା ଜାମିନ ଶୁଣାଣି ମାମଲା ନୁହେଁ, ବରଂ ଗିରଫଦାରୀର ବୈଧତା ପ୍ରତି ଏକ ଚ୍ୟାଲେଞ୍ଜ ଆବେଦନ ଥିଲା । ଇଡି ପକ୍ଷରୁ କୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ କେଜ୍ରିୱାଲ ଏହି ଦୁର୍ନୀତିର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି । ଇଡି ଏହା ମଧ୍ୟ କହିଛି ଯେ ଅରବିନ୍ଦ କେଜ୍ରିୱାଲ ଉଭୟ ବ୍ୟକ୍ତିଗତ ଏବଂ ଆପ୍ ଆବାହକ ଭାବରେ ମଦ ଦୁର୍ନୀତିର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami