ଦୁଇ ଭାଇଙ୍କ ମହାନତା: ଦାନ କଲେ ୫ ହଜାର କୋଟି

Above Post Content

ନୂଆଦିଲ୍ଲୀ: ଦୁଇ ଭାଇଙ୍କ ମହାନତା । ଆଜିର ସ୍ୱାର୍ଥପର ଦୁନିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦୁଇଭାଇ । ଆଜିକାଲି ଦୁନିଆରେ କେହି କାହାକୁ ଟଙ୍କାଟେ ମଧ୍ୟ ଦେଉନାହାନ୍ତି । କିନ୍ତୁ ଏମିତି ଦୁଇ ଭାଇ ଅଛନ୍ତି ଯିଏକି ଲୋକଙ୍କ ସୁବିଧା ପାଇଁ ୫ ହଜାର କୋଟି ଟଙ୍କା ଦାନ କରିଛନ୍ତି । ଯାହାକୁ ନେଇ ଏବେ ସବୁଆଡ଼େ ଖୁବ୍ ଚର୍ଚ୍ଚା ।

Middle post content

ଏହି ଟଙ୍କା ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ଏବଂ କଳା କ୍ଷେତ୍ରରେ ଲାଗିବ

After 2nd paragraph post ads

ସୁଧୀର ମେହେଟା ଏବଂ ତାଙ୍କ ଭାଇ ସମୀର ମେହେଟା । ଏହି ଦୁଇ ଭାଇ ଏବେ ଏଭଳି ମହତ କାର୍ଯ୍ୟ କରିବାକୁ ଯାଉଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟରେଣ୍ଟ ଗୃପର ସମ୍ପାଦକ ତଥା ତାଙ୍କ ପିତାଙ୍କ ଜନ୍ମ ଶତବାର୍ଷିକରେ ୫ ହଜାର ଟଙ୍କା ଦାନ କରିବେ ଏହି ଦୁଇ ଭାଇ । ବିଶେଷକରି ଏହି ଟଙ୍କା ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ଏବଂ କଳା କ୍ଷେତ୍ରରେ ଲାଗିବ । ୧ ଏପ୍ରିଲରୁ ୫ ବର୍ଷ ପର୍ଯ୍ୟନ୍ତ ୫ ହଜାର କୋଟି ଅଥବା ୬ ଶହ ମିଲିୟନ ଡଲାର ଦାନ କରିବା ଆରମ୍ଭ କରିଛନ୍ତି । ତାଙ୍କ ପିତା ଅତମଲାଲ ନାଥଭାଇ ମେହେଟ୍ଟା ଏହି କମ୍ପାନୀ ୧୯୫୯ରେ ପ୍ରତିଷ୍ଠା କରିଥିଲେ । ସେହି ବର୍ଷ ବଜାଜ ଅଟୋ ଭାରତରେ ତିନି ଚକିଆ ଯାନ ତିଆରି କରିବାର ଲାଇସେନ୍ସ ନେଇଥିଲା । ଅହମ୍ମଦାବାଦରେ ଏହି କମ୍ପାନୀ ରହିଥିବାବେଳେ ଏହା ଭାରତ ବର୍ଷରେ ଏକ ଜଣାଶୁଣା ଗୃପ୍ ଅଟେ । ଦୁଇ ଭାଇ ଏବେ ଏହି କମ୍ପାନୀ ଚଳାଉଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami