ଏପ୍ରିଲ ୧୫ ଯାଏ ତିହାର ଜେଲରେ ରହିବେ କେଜ୍ରିୱାଲ

Above Post Content

ନୂଆଦିଲ୍ଲୀ : ଇଡି ରିମାଣ୍ଡ ଅବଧି ଶେଷ ହେବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଜେଲ ଯାଇଛନ୍ତି । ଆସନ୍ତା ୧୫ ତାରିଖ ଯାଏ ତିହାର ଜେଲରେ ରହିବେ କେଜ୍ରିୱାଲ । ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହେପାଜତରେ ଥିବା ବେଳେ ଆଜି ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଯାହାପରେ ରାଉଜ ଆଭେନ୍ୟୁ କୋର୍ଟରୁ କେଜ୍ରିୱାଲଙ୍କୁ ତିହାର ଜେଲ ନିଆଯାଇଛି ।

Middle post content

ତଦନ୍ତରେ ସହଯୋଗ କରୁନାହାଁନ୍ତି କେଜ୍ରିୱାଲ

After 2nd paragraph post ads

ସେପଟେ ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ୍‌କୁ ନେବା ପୂର୍ବରୁ ପତ୍ନୀ ସୁନୀତା କେଜ୍ରିୱାଲ ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶୀ ଏବଂ ସୌରଭ ଭରଦ୍ୱାଜଙ୍କ ସହିତ ଭେଟ କରାଇ ଦେବାକୁ କୋର୍ଟ ଅନୁମତି ଦେଇଥିଲେ । ରିମାଣ୍ଡ ଅବଧି ଶେଷ ହେବା ପରେ ଇଡି ଆଜି କେଜ୍ରିୱାଲଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ଇଡି ତାଙ୍କର ରିମାଣ୍ଡ ପରିବର୍ତ୍ତେ ବିଚାର ବିଭାଗୀୟ ହାଜତ ପାଇଁ ଆବେଦନ କରିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଦନ୍ତରେ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଥିଲା ଇଡି । କେନ୍ଦ୍ରୀୟ ସଂସ୍ଥାର ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ଜଜ୍ କାବେରୀ ବୱେଜା କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ପରଦିନ ଟ୍ରାଏଲ୍ କୋର୍ଟ ତାଙ୍କୁ ୬ ଦିନ ପାଇଁ ଇଡି ହାଜତକୁ ପଠାଇଥିଲେ । ପୁଣି ମାର୍ଚ୍ଚ ୨୮ରେ କେଜ୍ରିୱାଲଙ୍କ ଇଡି ହାଜତ ମିଆଦ ଆଉ ୪ ଦିନ ବଢ଼ାଇଥିଲେ କୋର୍ଟ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami