ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିଛନ୍ତି ଜନଜାତି

Above Post Content

ଭୁବନେଶ୍ୱର: ଜନଜାତି ବିକାଶକୁ ଫୋକସ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫୋକସରେ ଜନଜାତି ସମ୍ପ୍ରଦାୟ । ଏନେଇ ପ୍ରସମିଟ୍ କରି ସୂଚନା ଦେଇଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର । ସେ କହିଛନ୍ତି, ଜନଜାତି ସମ୍ପ୍ରଦାୟ ବହୁତ୍ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ଜନସଂଖ୍ୟାରେ ଏମାନଙ୍କ ସଂଖ୍ୟା ୨୨ . ୮ ପ୍ରତିଶତ ବା ୧ କୋଟି ରହିଛି । ଏମାନଙ୍କ ସଂସ୍କୃତି, ଜ୍ଞାନ, ବନ୍ୟ ଉତ୍ପାଦନ, ଔଷଧ, ଜୀବନ ଶୈଳୀ ହିଁ ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିଛି । ରାଜ୍ୟର ୩୧୪ଟି ବ୍ଲକରେ ୬୪ ପ୍ରକାର ଜନଜାତି ଅଛନ୍ତି । ଏମାନେ ୭୪ଟି ଉପଭାଷା ବ୍ୟବହାର କରନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ସମୟରେ ଜନଜାତିଙ୍କ ଆବଶ୍ୟକତା ପୂରଣ ପାଇଁ ଚିନ୍ତା କରୁଛନ୍ତି ।

ଅଛନ୍ତି ୧୫ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ

After 2nd paragraph post ads
Middle post content

ଏ ସମ୍ପର୍କରେ ବିଜୁ ଜନତା ଦଳ ଜନଜାତିଙ୍କୁ ଅର୍ଥନୈତିକ ସୁରକ୍ଷା ଦେବା ସହ ସେମାନଙ୍କ ଶିକ୍ଷା, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ସେହିପରି ଆଦିବାସୀ ବହୁଳ ଅଞ୍ଚଳରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଆଦିବାସୀ ଅଞ୍ଚଳରେ ୨ ହଜାର ୫ଶହ ସ୍କୁଲ ୫ଟି ଉପକ୍ରମରେ ରୂପାନ୍ତର ହୋଇଛି । ୩ ହଜାର ୩ ଶହଟିର ରୂପାନ୍ତର ଚାଲିଛି । ସୁବିଦ୍ୟା ଦ୍ୱାରା ଆବସିକ ସ୍କୁଲ ପାଇଁ କାମ ହୋଇଛି । ୧ ହଜାର ୭୩୪ ସୁବିଦ୍ୟା ସ୍କୁଲ, ୫ ଲକ୍ଷ ୭୦ ହଜାର ପିଲା ହଷ୍ଟେଲରେ ରହି ପାଠ ପଢୁଛନ୍ତି । ମୋଟ ଅଛନ୍ତି ୧୫ ଲକ୍ଷ ଛାତ୍ରଛାତ୍ରୀ । ସେମାନଙ୍କୁ ବୃତ୍ତି ଦିଆଯାଉଛି । ହଷ୍ଟେଲ ନିର୍ମାଣ କରାଯାଇଛି । ଅନ୍ୱେଷା ଜରିଆରେ ୧୭ ଜିଲ୍ଲାର ୨୧ ହଜାର ୬୮୨ ପିଲା ବାହାରେ ପାଠ ପଢୁଛନ୍ତି । ମଡେଲ ଆବାସିକ ସ୍କୁଲ ଏକଲବ୍ୟ ଜରିଆରେ ଚାଲିଛି ।

ଆଦିବାସୀ ଭବନ ପାଇଁ ମିଳିଛି ୫ ଏକର ଜମି

୨୧ ଭାଷାର ସଂରକ୍ଷଣ ଓ ବିସ୍ତାର ପାଇଁ କାମ ଚାଲିଛି । ଆଦିବାସୀଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବାକୁ ଉଦ୍ୟମ ହେଉଛି । ଅର୍ଥନୈତିକ ସ୍ୱାଧୀନତା ପାଇଁ କରାଯାଇଛି ଲାଭ ଯୋଜନା । ୯୯ ଲକ୍ଷ ଆଦିବାସୀ ଲୋକ ସୁବିଧା ପାଇଛନ୍ତି । ଫାଇଭ-ଟି ଅଧୀନରେ ଇ-ପ୍ରୋକ୍‌ଯୁରମେଣ୍ଟ କରାଯାଇ ମଧ୍ୟସ୍ଥିଙ୍କ ମନମାନି ରୋକାଯାଇଛି । ଆଦିବାସୀ ଯୁବକଙ୍କ ଖେଳ ପାଇଁ ରାଉରକେଲାରେ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କରାଯାଇଛି । ସୁନ୍ଦରଗଡ଼ରେ କରାଯାଇଛି ୧୭ ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ । ପ୍ରାଚୀନ ସଂସ୍କୃତିର ସୁରକ୍ଷା ପାଇଁ ବାଦ୍ୟ ଯନ୍ତ୍ର ତିଆରି କରାଯାଇଛି । ଆଦିବାସୀଙ୍କ ପାଇଁ ୨୨୨ ସାଂସ୍କୃତିକ କ୍ଲବ, ଆଦିବାସୀ ମ୍ୟୁଜିୟମ, ଏକାଡେମୀ, ୨୩ଟି ଏସଡ଼ିସି ଜରିଆରେ ଉନ୍ନତି କରାଯାଉଛି । ଟ୍ରାଇବାଲ ଡେଭଲପମେଣ୍ଟ ସୋସାଇଟି ଜରିଆରେ ଚାକରି ପାଇଁ ଟ୍ରେନିଂ, ଶହେ କୋଟି ଟଙ୍କାରେ ଭୁବନେଶ୍ୱରରେ ଆଦିବାସୀ ଭବନ ପାଇଁ ୫ ଏକର ଜମି ଦିଆଯାଇଛି ବୋଲି କହିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami