ଗ୍ରୀଷ୍ମପ୍ରବାହ ନେଇ ଅଧିକ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Above Post Content

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୯ରୁ ଜୁନ୍ ୧ ମଧ୍ୟରେ ସାରା ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଦେଶର ଏହି ମହାପର୍ବ ପାଇଁ ଅବଗଣନା ଆରମ୍ଭ ହୋଇଥିବା ବେଳେ ଖରାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କାରଣ ଏପ୍ରିଲ ଓ ମେ’ ମାସରେ ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ଏଭଳି ସମୟରେ ନିର୍ବାଚନୀ ଶୋଭାଯାତ୍ରା, ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଘରକୁ ଘର ବୁଲି ପ୍ରଚାର କରିବା କଷ୍ଟକର ହୋଇପଡ଼ିବ । ଏମିତି କି ଅଂଶୁଘାତ ପରି ସମସ୍ୟା ସୃଷ୍ଟି ହୋଇପାରେ । ତାହାର ମୁକାବିଲା କରିବା ସହ ଖରା ସମୟରେ କିଭଳି ସୁରୁଖୁରରେ ନିର୍ବାଚନ ପ୍ରଚାର ଓ ଭୋଟ ଗ୍ରହଣ ହୋଇପାରିବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେଠାରୁ ଚିନ୍ତାପ୍ରକଟ କରିଛନ୍ତି ।

ଏଥର ପ୍ରଚଣ୍ଡ ଖରା ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଇଏମ୍‌ଡି

After 2nd paragraph post ads
Middle post content

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ସମ୍ପର୍କରେ ପୂର୍ବାନୁମାନ କରାଯାଇଛି । ଆକଳନ ଅନୁଯାୟୀ ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ତାହାକୁ ନଜରରେ ରଖି ରାଜ୍ୟଗୁଡ଼ିକ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନ୍‌ଡିଏମ୍‌ଏ) ଗତ ୬ ତାରିଖରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ବିଭାଗ ପ୍ରମୁଖ ସଚିବ, ରିଲିଫ୍ କମିସନରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ । ଆଇଏମ୍‌ଡି ପକ୍ଷରୁ ୫ ଦିନ ପାଇଁ ପାଣିପାଗର ଆକଳନ କରାଯିବା ସହ ସହ ଦୈନିକ ଦୁଇଟି ବୁଲେଟିନ୍ ଜାରି କରାଯାଉଛି । ତାହାକୁ ନଜରରେ ରଖି ରାଜ୍ୟଗୁଡ଼ିକ ନିର୍ବାଚନ ପରିଚାଳନା ସହ ହିଟ୍‌ୱେଭ୍ ମୁକାବିଲା କରିବାକୁ ଯୋଜନା ପ୍ରସ୍ତୁତ କରିବେ । ଅତ୍ୟଧିକ ଖରାରୁ ଯେପରି ମୁକ୍ତି ମିଳିବ ସେଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି । ଫେବ୍ରୁଆରି ୨୯ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟଗୁଡ଼ିକ ପାଇଁ ନିୟମାବଳୀ ଜାରି କରିଛି ।

ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର

ଏନ୍‌ଡିଏମ୍‌ଏ କର୍ତ୍ତୃପକ୍ଷଙ୍କ ଚିଠି ଆଧାରରେ, ସାଧାରଣ ନିର୍ବାଚନ ବେଳେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ । ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି । ନିର୍ବାଚନ ଋତୁ ହୋଇଥିବାରୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଂଶୁଘାତରୁ ରକ୍ଷା ପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ନିର୍ବାଚନ ସମୟରେ ବହୁ ସଂଖ୍ୟକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ହଜାର ହଜାର ଲୋକ ସାମିଲ ହେବାକୁ ଥିବାରୁ ଅଂଶୁଘାତ ପରି ସମସ୍ୟା ଉପୁଜିପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami