ପ୍ରତିଦିନ ଦୁଇଥର ଖାଲି କରିବାକୁ ପଡୁଛି ରାମଲଲାଙ୍କ ଦାନ ବାକ୍ସ

Above Post Content

ଅଯୋଧ୍ୟା: ଗତ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଥିଲା । ଇତିମଧ୍ୟରେ ୧୧ ଦିନ ବିତିଗଲାଣି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ରାମ ଜନ୍ମଭୂମିରେ ରାମଲଲାଙ୍କୁ ଦର୍ଶକ କରିସାରିଲେଣି । ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ସହିତ ଦାନ ବି କରୁଛନ୍ତି । ଗତ ୧୦ ଦିନ ମଧ୍ୟରେ ପ୍ରାୟ ୮ କୋଟି ଟଙ୍କା ଦାନ ବାକ୍ସରେ ଜମା କରାଯାଇଛି । ଅନଲାଇନରେ ପ୍ରାୟ ୩.୫୦ କୋଟି ଟଙ୍କା ଗ୍ରହଣ କରାଯାଇଛି ବୋଲି ରାମ ଜନ୍ମଭୂମି ତିର୍ଥ ଟ୍ରଷ୍ଟ ସୂତ୍ରରୁ ଜଣାଯାଇଛି ।

Middle post content

ଗର୍ଭଗୃହ ସମ୍ମୁଖରେ ରହିଛି ୪ ଦାନ ବାକ୍ସ

After 2nd paragraph post ads

ଟ୍ରଷ୍ଟ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ପ୍ରକାଶ ଗୁପ୍ତା କହିଛନ୍ତି ଯେ, ଭକ୍ତମାନେ ଦାନ ଦେବା ଲାଗି ଗର୍ଭଗୃହ ସମ୍ମୁଖରେ ଥିବା ଚାରୋଟି ବଡ଼ ଆକାରର ଦାନ ବାକ୍ସକୁ ରଖାଯାଇଛି । ଏହା ବ୍ୟତୀତ ଲୋକମାନେ ୧୦ଟି କମ୍ପ୍ୟୁଟରୀକରଣ କାଉଣ୍ଟରରେ ମଧ୍ୟ ଦାନ କରୁଛନ୍ତି । ମନ୍ଦିର ଟ୍ରଷ୍ଟର କର୍ମଚାରୀମାନେ ସମସ୍ତ ଦାନ କାଉଣ୍ଟରରେ ନିଯୁକ୍ତ ହୁଅନ୍ତି, ଯେଉଁମାନେ ସବୁ କାଉଣ୍ଟର ବନ୍ଦ ହେବା ପରେ ଟ୍ରଷ୍ଟ ଅଫିସରେ ଗ୍ରହଣ କରାଯାଇଥିବା ଦାନ ରାଶିର ଆକାଉଣ୍ଟ ଜମା କରନ୍ତି । ୧୧ ଜଣ ବ୍ୟାଙ୍କ କର୍ମଚାରୀ ଏବଂ ତିନିଜଣ ମନ୍ଦିର ଟ୍ରଷ୍ଟ କର୍ମଚାରୀଙ୍କ ସମେତ ୧୪ ଜଣ କର୍ମଚାରୀଙ୍କ ଏକ ଟିମ ଚାରୋଟି ଦାନ ବାକ୍ସରେ ଥିବା ଦାନ ଅର୍ଥ ଗଣନା କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami