ଇତିହାସ ରଚିଲେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ

Above Post Content

ଭୁବନେଶ୍ୱର: ବିଶ୍ୱ ରେକର୍ଡ କଲେ ଓଡ଼ିଶାର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ରଚିଲେ ନୂଆ ଇତିହାସ । ଏକ ଘଣ୍ଟାରେ ଅନଲାଇନ୍‌ରେ ସର୍ବାଧିକ ହାତଲେଖା ପୁସ୍ତକ ଅପଲୋଡ୍ କରି କରିଛନ୍ତି ଗିନିଜ୍ ବୁକ ଅଫ୍ ରେକର୍ଡ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା କରିଥିଲେ ।

Middle post content

ପୂର୍ବ ରେକର୍ଡଠାରୁ ୪ଗୁଣା ଅଧିକ ସଂଖ୍ୟାରେ ଅପଲୋଡ୍

After 2nd paragraph post ads

ଓଡି଼ଶାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶୁକ୍ରବାର ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ଏହି ପୁସ୍ତକର ତଥ୍ୟକୁ ଫେସବୁକରେ ଅପଲୋଡ କରିଥିଲେ । ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ଅପଲୋଡ୍ କରି ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ପୂର୍ବ ରେକର୍ଡଠାରୁ ୪ଗୁଣା ଅଧିକ ସଂଖ୍ୟାରେ ଅପଲୋଡ୍ ହୋଇଥିବା ଜଣାପଡ଼ିଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ରେକର୍ଡ ହୋଇଛି । ୨୦୨୧ ନଭେମ୍ବର ୧ରେ ଅନଲାଇନରେ ପୂର୍ବରୁ ୫୪୦୮ଟି ପୁସ୍ତକର ତଥ୍ୟ ଅପଲୋଡ କରି ନମାମୀ ଗଙ୍ଗେ ଏହି ରେକର୍ଡ ସୃଷ୍ଟି କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami