ଚିହ୍ନଟ ହେଲେଣି ୧ ମହାବଳ, ୧୫ରୁ ଊର୍ଦ୍ଧ୍ୱ କଲରାପତରିଆ

Above Post Content

କେନ୍ଦୁଝର: ହାତୀଙ୍କ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ କେନ୍ଦୁଝର ବନଖଣ୍ଡ । ହେଲେ ଏବେ ଏହି ବନଖଣ୍ଡ ବାଘଙ୍କ ପସନ୍ଦ ହୋଇଯାଇଛି । ଏଠାରେ ଏବେ ବହୁ ସଂଖ୍ୟାରେ ବାଘଙ୍କ ଉପସ୍ଥିତି ନଜର ଆସିଛି । ଏନେଇ ବନ ବିଭାଗ ଓ ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଧୀରେଧୀରେ ଏହା ବାଘଙ୍କ ପସନ୍ଦର ବନଖଣ୍ଡ ହେବାକୁ ଯାଉଛି ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ବନଖଣ୍ଡର ବିଭିନ୍ନ ରେଞ୍ଜରୁ ଗୋଟିଏ ମହାବଳ ଓ ୧୫ରୁ ଊର୍ଦ୍ଧ୍ୱ କଲରାପତରିଆ ବାଘ ଠାବ ହୋଇଛନ୍ତି । ତେବେ ଜାନୁଆରୀ ୧୫ରେ ବାଘ ଗଣନା ଶେଷ ହେବା ପରେ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Middle post content

ଲଗାଯାଇଛି ୫୪ଟି ଟ୍ରାପ୍ କ୍ୟାମେରା

After 2nd paragraph post ads

କିଛି ମାସ ତଳେ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ନେଇ ସୂଚନା ମିଳିଥିଲା । ତେଣୁ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଉକ୍ତ ଜଙ୍ଗଲରେ ସାଧାରଣ ପ୍ରବେଶକୁ ବାରଣ କରାଯାଇଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ ୫୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି । ପ୍ରାୟ ୧.୪ ବର୍ଗ କିଲୋମଟିର ପରିଧିରେ ଗୋଟିଏ ଲେଖାଁଏ କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯାଇ ବାଘର ଗତିବିଧି ନିରୀକ୍ଷଣ କରାଯାଉଛି । ମହାବଳ ବ୍ୟତୀତ ଏହି ଜଙ୍ଗଲରେ ପାଖାପାଖି ୧୫ରୁ ଊର୍ଦ୍ଧ୍ୱ କଲରାପତରିଆଙ୍କ ଉପସ୍ଥିତି ସମ୍ପର୍କରେ ବନ ବିଭାଗ ସୂଚନା ପାଇଛି । ବନ ବିଭାଗ ଦ୍ୱାରା ବାଘର ପାଦଚିହ୍ନ ସଂଗ୍ରହ ଓ ଟ୍ରାପ୍ କ୍ୟାମେରା ମନିଟରିଂରୁ ବାଘ ଚିହ୍ନଟ କରାଯାଉଛି । ଏହାବ୍ୟତୀତ ବନାଞ୍ଚଳରେ ଅତ୍ୟନ୍ତ ବିରଳ ପ୍ରଜାତିର ଚଉସିଙ୍ଗା, ଝିଙ୍କ, ବାରାହା, ହରିଣ ଆଦି ବ୍ୟାପକ ଭାବେ ରହିଥିବା ଜଣାଯାଇଛି । ସେହିପରି ତେଲକୋଇ ରେଞ୍ଜର କର୍ଲାପାଟ ସଂରକ୍ଷିତ ଜଙ୍ଗଲ ଓ ସଦର ବନାଞ୍ଚଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବହୁ କଲରାପତରିଆ ବାଘଙ୍କ ଚଳପ୍ରଚଳ ନେଇ ବନ ବିଭାଗ ସୂଚନା ପାଇଛି । ଏହି ବନାଞ୍ଚଳଗୁଡ଼ିକରେ ବାଘ ଯାତାୟତ କରୁଥିବା ସ୍ଥାନରେ ବାଘର ପାଦଚିହ୍ନ ଜାଣିବା ପାଇଁ ଜଙ୍ଗଲ ଭିତରେ ୬ମିଟର ଲମ୍ୱ ଓ ୩ ମିଟର ଚୌଡାର ବାଲିରେ ପିଆଇପି (ପଗ୍ ମାର୍କ ଇମ୍ପ୍ରେସନ୍ ପ୍ୟାଡ୍‌)ପ୍ରସ୍ତୁତ କରାଯାଇଛି । ଏହି ସ୍ଥାନରୁ ବାଘର ପାଦଚିହ୍ନ, ମଳ, ମୂତ୍ର, ଲୋମ ଆଦି ସଂଗ୍ରହ କରାଯାଇ ବାଘର ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସୂଚନା ମିଳୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami