ବିଷ ବଳୟରେ ଦିଲ୍ଲୀ : ଦିଲ୍ଲୀ ଛାଡ଼ି ଜୟପୁର ପଳାଇଲେ ସୋନିଆ ଗାନ୍ଧୀ

Above Post Content

ନୂଆଦିଲ୍ଲୀ : ଦୀପାବଳି ପରେ ପୁଣି ବଢିଲା ଟେନ୍‌ସନ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର କଲେନି ଦିଲ୍ଲୀବାସୀ । ଫଳରେ ପୁଣି ଥରେ ବଢ଼ିଲା ପ୍ରଦୂଷଣର ମାତ୍ରା । ବିଷ ବଳୟକୁ ଫେରିଲା ଦିଲ୍ଲୀ । ଧୂଆଁମୟ ହୋଇଗଲା ଆକାଶ । ଗତ ୧୦ ତାରିଖରେ ହୋଇଥିବା ବର୍ଷା ଯୋଗୁ ରାଜଧାନୀବାସିନ୍ଦା ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ଦୀପାବଳିର ବାଣ ଫୁଟା ଯୋଗୁ ପୁଣି ଥରେ କଲବଲ ହେଲେ । ଦୀପାବଳି ପରଠୁ ଦିଲ୍ଲୀ ପ୍ରଦୂଷଣ ପୁଣି ସାଂଘାତିକ ହେବାରେ ଲାଗିଛି । ଅନେକ ସ୍ଥାନରେ ବାୟୁ ମାନ ‘ଗମ୍ଭୀର’ ବର୍ଗରେ ପହଞ୍ଚିଛି । ରାଜଧାନୀରେ ପ୍ରଦୂଷଣ ବଢୁଥିବା କାରଣରୁ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବେ ଦିଲ୍ଲୀ ଛାଡି ଜୟପୁର ପଳାଇଯାଇଛନ୍ତିି ।

ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଦିଲ୍ଲୀ ଛାଡ଼ିଲେ

After 2nd paragraph post ads
Middle post content

ଦିଲ୍ଲୀର ପ୍ରଦୂଷଣ ଏବେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ପାଇଁ ମଧ୍ୟ ଅସହ୍ୟ ହୋଇଛି । ସେଥିପାଇଁ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସେ କିଛି ଦିନ ଜୟପୁରରେ ରହିବେ । ସୋନିଆ ଗାନ୍ଧୀଙ୍କ ଶ୍ୱାସ ରୋଗ ଥିବାରୁ ଦିଲ୍ଲୀ ପ୍ରଦୂଷଣ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଡାକ୍ତରମାନେ ତାଙ୍କୁ କିଛି ଦିନ ପାଇଁ ଏପରି ସ୍ଥାନକୁ ଯିବାକୁ କହିଛନ୍ତି ଯେଉଁଠାରେ ପ୍ରଦୂଷଣ ଅପେକ୍ଷାକୃତ କମ୍ ରହିଛି । ଏଥି ପାଇଁ ସୋନିଆ ଜୟପୁର ପଳାଇଯାଇଥିବା ଜଣାପଡିଛି । ସୋନିଆ ଜୟପୁରର ବିଳାସପୂର୍ଣ୍ଣ ହୋଟେଲ ରାଜଭିଲାସରେ ରହିବେ । କେତେ ଦିନ ରହିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଦିଲ୍ଲୀର ବାୟୁ ଗୁଣବତ୍ତା ଠିକ୍ ନହେବା ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ସାମୟିକ ଭାବେ ଜୟପୁରକୁ ସ୍ଥାନାନ୍ତର ହୋଇଥିବା କୁହାଯାଉଛି । ଗୋଲାପୀ ନଗରୀ ଭାବେ ପରିଚିତ ଜୟପୁରରେ ବାୟୁ ଗୁଣବତ୍ତା ଅପେକ୍ଷାକୃତ ଭଲ ରହିଛି ।

ସୋନିଆ ଦିଲ୍ଲୀ ଛାଡ଼ିବା ନୂଆ ନୁହେଁ

ପ୍ରଦୂଷଣ ଯୋଗୁଁ ସୋନିଆ ଗାନ୍ଧୀ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ଯିବା ଏହା ପ୍ରଥମ ଘଟଣା ନୁହେଁ । ୨୦୨୦ରେ ମଧ୍ୟ ସେ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ଛାଡ଼ି କିଛି ଦିନ ପାଇଁ ଗୋଆ ପଳାଇଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ସୋନିଆ ରାଜନୀତିରେ ଆଗଭଳି ସେତେ ସକ୍ରିୟ ରହୁ ନାହାଁନ୍ତି । ବିଶେଷକରି ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ସଭାପତି ହେବା ପରେ ସେ ବ୍ୟାକସିଟ୍ ନେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami