ବାଘ ଗଣନା ପାଇଁ ଲାଗିଛି ୪୫୦ରୁ ଅଧିକ ଟ୍ରାପ କ୍ୟାମେରା

Above Post Content

ବାରିପଦା : ଆଜିଠୁ ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦାରେ ମଧ୍ୟ ବାଘ ଗଣନା କରାଯିବ । ଏହି ବାଘ ଗଣନା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ୪୫୦ରୁ ଅଧିକ ଟ୍ରାପ୍ କ୍ୟାମେରା ଳଗାଯାଇଛି । ତିନିଟି ପର୍ଯର୍୍ୟାୟରେ ଏହି ବାଘ ଗଣନା ହେବ । ଆଜିଠୁ ୨୦ ତାରିଖ ଯାଏଁ ସାଇନସର୍ଭେ, ୨୫ ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜିଟ ଏବଂ ନଭେମ୍ବର ୧ରୁ ୨୫ ଯାଏଁ କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘ ଗଣନା କରାଯିବ । ଶିମିଳିପାଳ ଉପ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।

Middle post content

୭୦୦ରୁ ଅଧିକ ବନକର୍ମଚାରୀ ନିୟୋଜିତ

After 2nd paragraph post ads

ବନ କର୍ମଚାରୀମାନେ ଜଙ୍ଗଲରେ ରହିଥିବା ପାଦଚଲା ରାସ୍ତା ଓ ବନ୍ୟଜନ୍ତୁଙ୍କର ଯିବା ଆସିବାର ବାଟ ଉପରେ ତୀକ୍ଷଣ୍ ନଜର ରଖିବେ । ବାଘଙ୍କ ପାଦ, ରଙ୍ଗ, ଗଛରେ ରାମ୍ପୁଡା ଦାଗରୁ ତଥ୍ୟ ସଂଗ୍ରହ କରାଯିବ । ଜାନୁଆରୀ ୩୧ ସୁଦ୍ଧା ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ରକୁ ଦିଆଯିବ । ଶିମିଳିପାଳରେ ମୋଟ୍ ୨୦୦ଟି ବିଟ୍ ରହିଛି । ଆଉ ପ୍ରତି ବିଟରେ ୨-୩ କର୍ମଚାରୀ ଏହି ଗଣନା କାମରେ ନିୟୋଜିତ ହେବେ । କେବଳ ବାଘ ଗଣତିରେ ୭୦୦ରୁ ୮୦୦ ବନ କର୍ମଚାରୀ ନିୟୋଜିତ ରହିଛନ୍ତି । କେବଳ ବାଘ ଗଣତି ୨୫ରୁ ୪୦ ଦିନ ଚାଲିବ । ୨୦୨୧ରୁ ଏଯାବତ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami