ରେହମାନ ମହିଳାମାନଙ୍କ ପାଇଁ ଆଲୋକବର୍ତ୍ତିକା

Above Post Content

ନୂଆଦିଲ୍ଲୀ: ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପାଇଲେ କିଂବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ଲାଗି ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଏହି ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅତିଥିଭାବେ ଯୋଗଦେଇ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ୱାହିଦା ରେହମାନ ମହିଳା ସଶକ୍ତୀକରଣ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏକ ଆଲୋକବର୍ତ୍ତିକା ।

Middle post content

ଇଣ୍ଡଷ୍ଟ୍ରି ପାଇଁ ଆଜି ମୁଁ ଏ ପୁରସ୍କାର ପାଇଛି

After 2nd paragraph post ads

ଫିଲ୍ମ ଜଗତରେ ଯୋଗଦାନ ପାଇଁ ତାଙ୍କୁ ଦେଶର ସବୁଠାରୁ ବଡ଼ ସମ୍ମାନରେ ସମ୍ମାନିତ କରାଯିବା ଅବସରରେ ୱାହିଦା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ, ‘ଆପଣ ମୋତେ ଏହି ସମ୍ମାନରେ ସମ୍ମାନିତ କରିଥିବାରୁ ଧନ୍ୟବାଦ । ଇଣ୍ଡଷ୍ଟ୍ରି ପାଇଁ ଆଜି ମୁଁ ଏଠାରେ ପହଞ୍ଚିଛି ଓ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ହୋଇପାରିଛି । ମୋତେ ବହୁତ ଭଲ ଡାଇରେକ୍ଟର, ପ୍ରଡ୍ୟୁସର, ମ୍ୟୁଜିକ କମ୍ପୋଜରଙ୍କଠାରୁ ସହଯୋଗ ମିଳିଛି । ମେକଅପ୍ ଓ କଷ୍ଟ୍ୟୁମ୍ ଆର୍ଟିଷ୍ଟଙ୍କ ବି ବଡ଼ ଭୂମିକା ରହିଛି । ମୁଁ ସେମାନଙ୍କୁ ବି ଧନ୍ୟବାଦ ଜଣାଉଛି ।’ ଏହି ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍‌. ମୁରୁଗନ, ବିଭାଗୀୟ ସଚିବ ଅପୂର୍ବ ଚନ୍ଦ୍ରାଙ୍କ ସମେତ ବିଚାରକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami