ବର୍ଷକୁ ଦରମା ୧୭ ହଜାର ୫ଶହ କୋଟି !

Above Post Content

ଆମେରିକାର ବଡ଼ ବଡ଼ କମ୍ପାନୀର ବୋର୍ଡରେ ଏବେ ଭାରତୀୟ ସିଇଓଙ୍କ ରାଜୁତି ଚାଲିଛିସୁନ୍ଦର ପିଚାଇଙ୍କଠାରୁ ପରାଗ ଅଗ୍ରୱାଲ । ଏହି ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି । ଏହା ଭିତରେ ଏବେ ଆଉ ଜଣେ ଭାରତୀୟ ସିଇଓ ଚର୍ଚ୍ଚା ଭିତରକୁ ଆସିଛନ୍ତି । ଏହି ସିଇଓ ତାଙ୍କ ବାର୍ଷିକ ପ୍ୟାକେଜକୁ ନେଇ ଚର୍ଚ୍ଚା ଭିତରେ ଅଛନ୍ତି । କାରଣ ବାର୍ଷିକ ପ୍ୟାକେଜ୍ ଭାବେ ତାଙ୍କୁ ମିଳିବ ୧୭ ହଜାର ୫ଶହ କୋଟି ଟଙ୍କା । ମାନେ ମାସକୁ ଦରମା ୧୪୫୮ କୋଟି ଟଙ୍କା ।

ଜଗଦୀପ ସିଂହ କିଏ ?

After 2nd paragraph post ads

ବର୍ଷକୁ ୧୭ ହଜାର ୫ଶହ କୋଟିର ପ୍ୟାକେଜ୍ ପାଇବାକୁ ଥିବା ଏହି ସିଇଓଙ୍କ ନାମ ହେଉଛି ଜଗଦୀପ ସିଂହ । ଜଗଦୀପ ଆମେରିକାର ଷ୍ଟାର୍ଟଅପ୍ କମ୍ପାନୀ QuantumScape Corpର ମୁଖ୍ୟ ଅଟନ୍ତି । ବର୍ଷକ ତଳେ ଏହି କମ୍ପାନୀ ସେୟାର ମାର୍କେଟରେ ପଂଜିକୃତ ହୋଇଥିଲା । ନିକଟରେ ଅଂଶଧାରକଙ୍କ ବାର୍ଷିକ ବୈଠକରେ ଜଗଦୀପ ସିଂହଙ୍କ ପ୍ୟାକେଜକୁ ମଂଜୁରୀ ମିଳିଛି । ଲିଙ୍କଡ୍ ଇନ୍ ପ୍ରୋଫାଇଲ ଅନୁସାରେ ସେ ହେଉଛନ୍ତି QuantumScape Corpର ପ୍ରତିଷ୍ଠାତା ଓ ସିଇଓ । ଏହି ପ୍ରୋଫାଇଲ ଅନୁସାରେ ସେ ୨୦୦୧ରୁ ୨୦୦୯ ପର୍ଯ୍ୟନ୍ତ Infineraର ପ୍ରତିଷ୍ଠାତା ଓ ସିଇଓ ରହିଛନ୍ତି । ୨୦୧୦ରେ ସେ QuantumScape Corpର ପ୍ରତିଷ୍ଠା କରିଥିଲେ । ୨୦୦୧ ପୂର୍ବରୁ ମଧ୍ୟ ଜଗଦୀପ ଆହୁରି କିଛି କମ୍ପାନୀ ପ୍ରତିଷ୍ଠା କରିବା ସହିତ ସେଗୁଡିକର ସିଇଓ ରହିଛନ୍ତି । ଯାହା ମଧ୍ୟରେ ଅଛି lightera Networks, AirSoft ଭଳି କମ୍ପାନୀସେ ଷ୍ଟାନଫୋର୍ଡ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଓ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଛନ୍ତି ।

Middle post content

QuantumScape Corp କ’ଣ କରେ ?

ପ୍ରଥମତଃ ଏହି କମ୍ପାନିରେ ଭକ୍ସବେଗାନ ଓ ବିଲ ଗେଟ୍ସଙ୍କ ଭେଞ୍ଚ୍ୟୁର ଫଣ୍ଡ୍ ନିବେଶ କରିଛନ୍ତି । ବର୍ତ୍ତମାନର କମ୍ପାନୀର ଭ୍ୟାଲୁ ୫୦ ଶହ କୋଟି ଡଲାର ରହିଛି । କମ୍ପାନୀ ଭବିଷ୍ୟତର ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛି । ଏହା ଏମିତି ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛି ଯାହା ଦ୍ୱାରା ଇଲେକ୍ଟ୍ରିକ୍ ଭେହିକିଲସ ଶୀଘ୍ର ଲୋକଙ୍କ ମଧ୍ୟରେ ଆଦୃତ ହୋଇ ପାରିବ । କମ୍ପାନୀ ଇଭି ଗାଡି ନିର୍ମାତାଙ୍କୁ ଲିଥିୟମ-ଆୟନ ବ୍ୟାଟେରିର ସୁରକ୍ଷିତ ଓ ଶସ୍ତା ବିକଳ୍ପ ଦେବା ଉପରେ କାର୍ଯ୍ୟ କରୁଛି ।

ପ୍ୟାକେଜ୍ କେତେ ?

କମ୍ପାନୀ ଜଗଦୀପଙ୍କୁ ୨.୩ ଶହ କୋଟି ଡଲାର ବା ୧୭ ହଜାର ୫ଶହ କୋଟିର ପ୍ୟାକେଜ୍ ଦେଇଛି । ଏହି ପ୍ୟାକେଜରେ ଜଗଦୀପଙ୍କୁ ଷ୍ଟକ୍ ଅପସନ ମଧ୍ୟ ଦିଆଯାଇଛି । ଏଭଳି ପ୍ୟାକେଜ୍ ସାଧାରଣ ଦରମା ପ୍ୟାକେଜଠାରୁ ଅଲଗା ହୋଇଥାଏ ଓ ଏହା କମ୍ପାନୀର ପ୍ରଦର୍ଶନ ଓ ଶେୟାର ଆଦି ଉପରେ ନିର୍ଭର କରିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami