ଦେଶର ପ୍ରଥମ ଏୟାର ମାର୍ଶଲ କପଲ

Above Post Content

ନୂଆଦିଲ୍ଲୀ: ଆପଣ ଡାକ୍ତର , ସାମ୍ବାଦିକ , ଶିକ୍ଷକ ଦମ୍ପତି ଏପରିକି ଆଇଏଏସ ଦମ୍ପତି ଏବଂ ଆଇପିଏସ ଦମ୍ପତି ନିଶ୍ଚୟ ଦେଖିଥିବେ । କିନ୍ତୁ ଥ୍ରୀ ଷ୍ଟାର ଦମ୍ପତିଙ୍କ ବିଷୟରେ କେବେ ଶୁଣିଛନ୍ତି । ଏହି ଥ୍ରୀ ଷ୍ଟାର ଦମ୍ପତି ପାଇବା ବିରଳ । କିନ୍ତୁ ଏମିତି ଏକ ଦ୍‌ମ୍ପତି ଅଛନ୍ତି, ଭାରତୀୟ ବାୟୁସେନାରେ ପ୍ରଥମ ଏବଂ ଏକମାତ୍ର ଏୟାର ମାର୍ଶଲ ଦମ୍ପତି ।

Middle post content

ଥ୍ରୀ ଷ୍ଟାର ଦମ୍ପତି ବିରଳ

After 2nd paragraph post ads

କେପି ନାୟାର । ସେ ଯୁଦ୍ଧ ବିମାନ ପାଇଲଟ । ସେ ୨୦୧୫ରେ ଭାରତୀୟ ବାୟୁସେନାର ମହାନିର୍ଦ୍ଦେଶକ (ଯାଞ୍ଚ ଏବଂ ବିମାନ ସୁରକ୍ଷା) ଭାବରେ ଅବସର ନେଇଥିଲେ । ତାଙ୍କ ପତ୍ନୀ ସାଧନା ସାକ୍ସେନା ନାୟାର ହସ୍ପିଟାଲ ସର୍ଭିସେସ (ସଶସ୍ତ୍ର ବାହିନୀ) ର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଯେତେବେଳେ ବାୟୁସେନାରେ ଏୟାର ମାର୍ଶଲ ପଦବୀକୁ ଉନ୍ନୀତ କରାଯାଇଥିଲା, ସେତେବେଳେ ନାୟାର ଦମ୍ପତି ଏକ ଅସାଧାରଣ ସଫଳତା ହାସଲ କରିଥିଲେ । ଏମାନେ ଭାରତୀୟ ବାୟୁସେନାରେ ପ୍ରଥମ ଏବଂ ଏକମାତ୍ର ଏୟାର ମାର୍ଶଲ ଦମ୍ପତି ବୋଲି ଜଣେ ଅଧିକାରୀ କହିଛନ୍ତି । ନାୟରଙ୍କ ପୂର୍ବରୁ କନିତକର ଦମ୍ପତି ଥିଲେ ଯେଉଁମାନେ ୨୦୨୦ରେ ପ୍ରଥମ ଦମ୍ପତି ହୋଇଥିଲେ ଏବଂ ସଶସ୍ତ୍ର ବାହିନୀର ଥ୍ରୀ ଷ୍ଟାର ଅଧିକାରୀଙ୍କ ଶୀର୍ଷ ମାନ୍ୟତା ହାସଲ କରିଥିଲେ । ଏହା ପରେ ଆର୍ମି ଲେଫ୍ଟନାଣ୍ଟଜେନେରାଲ ମାଧୁରୀ କନିତକର (ଯିଏକି ଜଣେ ଡାକ୍ତର ମଧ୍ୟ) ତାଙ୍କ ସ୍ୱାମୀ ଲେଫ୍ଟନାଣ୍ଟଜେନେରାଲ ରାଜୀବ କାନିଟକରଙ୍କ ସହ ଏହି ସଫଳତା ହାସଲ କରିଥିଲେ । ତାଙ୍କ ସ୍ୱାମୀ ରାଜୀବ ୨୦୧୭ରେ କ୍ୱାର୍ଟର ମାଷ୍ଟର ଜେନେରାଲ ପଦରୁ ଅବସର ନେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami