ଶ୍ରୀଲଙ୍କା ୩୦୨ ରନ୍‌ରେ ପରାସ୍ତ; ସେମିଫାଇନାଲ୍‌ରେ ଭାରତ

Above Post Content

ମୁମ୍ବାଇ: ଗୁୁରୁବାର ଦିନିକିଆ ବିଶ୍ୱକପ୍‌-୨୦୨୩ରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଆଜି ବିଶାଳ ବିଜୟ ହାସଲ କରିଛନ୍ତି । ବ୍ୟାଟିଂରେ ବିରାଟ କୋହଲି, ଶୁବମନ୍ ଗିଲ ଓ ଶ୍ରେୟସ ଆୟର ଦମଦାର ପ୍ରଦର୍ଶନ କରିଥିବା ବେଳେ ବୋଲିଂରେ ମହମ୍ମଦ ସାମି ୫ଟି ୱିକେଟ୍ ନେଇ ବଡ଼ ପ୍ରଦର୍ଶନ କରିଛନ୍ତି । ସେହିପରି ମହମ୍ମଦ ସିରାଜ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶ୍ରୀଲଙ୍କାର ପ୍ରଥମ ୱିକେଟ ନେଇଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଡେଜା ଶେଷ ୱିକେଟ ନେଇଛନ୍ତି ।

Middle post content

ସବୁ ମ୍ୟାଚରେ ବିଜୟ ହାସଲ କରିଛି ଭାରତ

After 2nd paragraph post ads

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୩୫୮ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୫୫ ରନ୍‌ରେ ଅଟକିଯାଇଛି । ଏଥି ସହିତ ଭାରତ ପ୍ରଥମ ଦଳ ଭାବେ ଚଳିତ ବିଶ୍ୱକପ୍‌ର ସେମିଫାଇନାଲରେ ପହଞ୍ଚିପାରିଛି । ଚଳିତ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳିଛି ଏବଂ ସବୁ ମୁକାବିଲାରେ ବିଜୟ ହାସଲ କରିଛି । ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବୋଲିଂ କରିଥିଲା । ଫଳରେ ରୋହିତ ଶର୍ମାଙ୍କ ଭାରତୀୟ ଟିମ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । ବିରାଟ କୋହଲି-ଶୁବମନ୍ ଗିଲଙ୍କ ଶତକୀୟ ଭାଗିଦାରୀ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍ ହରାଇ ୩୫୭ ରନ୍ ସଂଗ୍ରହ କରିଥିଲା । ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍ ବିଜୟ ପାଇଁ ୩୫୮ ରନ୍‌ର ଲକ୍ଷ୍ୟ ମିଳିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami